Explore

Search

March 8, 2026 6:16 am

ସୁନାକୁ ଛୁଇଁ ପାରୁନାହାଁନ୍ତି ଲୋକେ : ସୁନାରେ ତିଆରି ଶାଢ଼ୀ ପିନ୍ଧିଥିଲେ ଏହି ଅଭିନେତ୍ରୀ

ହାଇଦ୍ରାବାଦ : ଆଜିକା ସମୟରେ ସୁନାର ଦର ଯାହା ହେଲାଣି ତାହାକୁ ଛୁଆଁଇବାକୁ ତ ଦୂରର କଥା ଭାବିବାକୁ ବି ଡର ଲାଗୁଛି । ଏପରିକି ଏକ ସମୟ ଆସିଛି ଯେଉଁଠି ସୁନା ଛୁଇଁପାରୁନାହାଁନ୍ତି ସାଧାରଣ ଲୋକେ ସେହି ସମୟରେ ସୁନାରେ ତିଆରି ଶାଢ଼ୀ ପିନ୍ଧିଥିଲେ ଅଭିନେତ୍ରୀ । ଆଉ ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚାରେ। ନିଜ ବାହାଘର ଭୋଜି ବା ରିସେପ୍ସନରେ ସୁନାରେ ତିଆରି ହୋଇଥିବା ଶାଢ଼ୀ ପିନ୍ଧି ବେଶ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତ୍ରୀ ଜଣକ ।

ଦକ୍ଷିଣ ଭାରତୀୟ ସିନେମା ଜଗତର ଚର୍ଚ୍ଚିତ ଜୁଗଳ ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ପୁଣିଥରେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି। ବିବାହ ସମ୍ବନ୍ଧୀୟ ଖବର ପରେ ଏବେ ସେମାନଙ୍କର ଗ୍ରାଣ୍ଡ ରିସେପ୍ସନ ଲୁକ ନେଇ ସବୁଠି ଆଲୋଚନା ଚାଲିଛି। ବିଶେଷକରି ରଶ୍ମିକାଙ୍କ ପୋଷାକ ଦୃଷ୍ଟି ଆକର୍ଷିତ କରିଛି ।

ଖବର ଅନୁଯାୟୀ, ରିସେପ୍ସନ ଅବସରରେ ରଶ୍ମିକା ଏକ ବିଶେଷ ଡିଜାଇନର ଶାଢ଼ୀ ପିନ୍ଧିଥିଲେ । ଯାହା ସୁନା ଓ ରୂପା ସୂତାର କାମରେ ତିଆରି ହୋଇଥିଲା । ସମ୍ପ୍ରତି ସୁନା ଦର ବେଗରେ ବଢ଼ୁଥିବା ସମୟରେ ଏପରି ଆଲିଶାନ ପୋଷାକ ପିନ୍ଧିଥିବାରୁ ଅଭିନେତ୍ରୀଙ୍କ ଲୁକ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

ହାଇଦ୍ରାବାଦରେ ଆୟୋଜିତ ଏହି ଗ୍ରାଣ୍ଡ ରିସେପ୍ସନରେ ଦକ୍ଷିଣ ଓ ବଲିଉଡ ଚଳଚ୍ଚିତ୍ର ଜଗତର ଅନେକ ନାମୀ ତାରକା ଯୋଗଦେଇଥିଲେ। ଏହି ଅବସରରେ ଦୁହେଁ ପାରମ୍ପରିକ ଦକ୍ଷିଣ ଭାରତୀୟ ପୋଷାକରେ ଅତ୍ୟନ୍ତ ଆକର୍ଷଣୀୟ ଲାଗୁଥିଲେ।

ବିଜୟଙ୍କ ଅଙ୍ଗବସ୍ତ୍ରରେ ସୁନା ଓ ରୂପା ସୂତାର ସୁନ୍ଦର କାରୁକାର୍ଯ୍ୟ ଥିଲା, ଯେଉଁଥିରେ ‘ଗଜ-କେଶରୀ’ ଡିଜାଇନ ବିଶେଷ ଭାବରେ ଦେଖାଯାଉଥିଲା। ଏହି ଡିଜାଇନକୁ ସାହସ, ଶକ୍ତି ଓ ସମୃଦ୍ଧିର ପ୍ରତୀକ ଭାବରେ ମନାଯାଏ।

ଅନ୍ୟପଟେ, ରଶ୍ମିକା ମଧ୍ୟ ପାରମ୍ପରିକ ଶାଢ଼ୀ ସହ ଆକର୍ଷଣୀୟ ଆଭୂଷଣ ପିନ୍ଧି ତାଙ୍କ ଲୁକକୁ ଆହୁରି ଆଲିଶାନ କରିଥିଲେ । ଦୁହେଁ ନାମୀ ଜୁଏଲେରୀ ବ୍ରାଣ୍ଡର ଡିଜାଇନର ଅଳଙ୍କାର ପିନ୍ଧିଥିଲେ, ଯାହା ତାଙ୍କ ପୋଷାକକୁ ଆହୁରି ଶୋଭାନ୍ୱିତ କରିଥିଲା।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score