Explore

Search

March 3, 2026 8:57 pm

ଦୋଳପୂର୍ଣ୍ଣିମାରେ ଉତ୍ସବ ମୁଖର ପୁରୀ, ଜମିଲା ହଜାର ହଜାର ଭକ୍ତଙ୍କ ଭିଡ଼

ପୁରୀ : ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଉତ୍ସବ ମାହୋଲ ଦେଖାଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିରରେ ସକାଳୁ ଭକ୍ତମାନଙ୍କର ନାହିଁ ନଥିବା ଭିଡ଼ ଜମିଥିଲା । ଦୋଳବେଦୀରେ ପ୍ରଭୁ ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କୁ ବିରାଜମାନ କରାଯାଇଛି । ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି।

ଦର୍ଶନ ପରେ ଭକ୍ତମାନେ ପରସ୍ପରଙ୍କ ସହ ଫଗୁ ଓ ଅବିର ଖେଳି ଆନନ୍ଦ ଉପଭୋଗ କରିଛନ୍ତି । ବଡଦାଣ୍ଡ ଓ ଦୋଳବେଦୀ ଚାରିପାଖରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଭୁଙ୍କ ବିମାନ ପରିକ୍ରମା ସମୟରେ ଭକ୍ତମାନେ ଫଗୁ ଛିଞ୍ଚି ଉଲ୍ଲାସ ପ୍ରକାଶ କରିଥିଲେ।

ଆଜି ଚନ୍ଦ୍ରଗ୍ରହଣ ଥିବାରୁ ମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁସାରେ କାର୍ଯ୍ୟକ୍ରମ ହେଉଛି । ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କର ବିଶେଷ ଗ୍ରହଣ ନୀତି ଆରମ୍ଭ ହେବ। ଗ୍ରହଣ ସ୍ନାନ ପରେ ଅନ୍ୟାନ୍ୟ ନୀତିକାନ୍ତି କରାଯିବ।

ଦୋଳପୂର୍ଣ୍ଣିମା ଅବସରରେ ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କ ସୁନାବେଶ ମଧ୍ୟ ହୋଇଛି । ସୁନାବେଶ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଥିଲା। ଭକ୍ତମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି।

ଦୋଳପୂର୍ଣ୍ଣିମା ସ୍ନେହ ଓ ସଦଭାବର ପର୍ବ। ଗାଁ ଗାଁରେ ଲୋକମାନେ ଏହି ପର୍ବକୁ ଆନନ୍ଦର ସହ ପାଳନ କରନ୍ତି। ପୁରାଣ କଥା ଅନୁସାରେ, ଅସୁର ବିନାଶ ପରେ ଏହି ପର୍ବ ପାଳନ ଆରମ୍ଭ ହୋଇଥିଲା। ଦୋଳବେଦୀରେ ପ୍ରଭୁଙ୍କ ଦର୍ଶନ କରିବାକୁ ଭକ୍ତମାନେ ଭାଗ୍ୟର କଥା ମନେ କରନ୍ତି। ମହାପ୍ରଭୁଙ୍କ ସହ ଫଗୁ ଖେଳିବା ଏହି ପର୍ବର ସବୁଠୁ ଆକର୍ଷଣୀୟ ଦୃଶ୍ୟ ଭାବେ ଦେଖାଯାଏ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score