Explore

Search

February 21, 2026 10:37 pm

ସରକାରଙ୍କ ଫୋକସରେ ମହିଳା ସଶକ୍ତିକରଣ : ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା

ଭୁବନେଶ୍ୱର : ସରକାରଙ୍କ ଫୋକସରେ ମହିଳା ସଶକ୍ତିକରଣ । ଏ ବର୍ଷର ବଜେଟରେ ମହିଳା ସଶକ୍ତିକରଣକୁ ବିଶେଷ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏହାର ଅଂଶରୂପ ନୂତନ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା କରାଯାଇଛି । ଏହି ଯୋଜନା ଆର୍ଥିକ ଭାବେ ଦୁର୍ବଳ ପରିବାରର ଝିଅମାନଙ୍କ ପାଇଁ ଲାଗୁ ହେବ। ସେମାନେ ସ୍ନାତକ ପଢ଼ାଶୁଣା କରିବାକୁ ଆର୍ଥିକ ସହାୟତା ପାଇବେ। ଯୋଜନା ଅନୁଯାୟୀ ଚୟନିତ ଝିଅଙ୍କ ନାମରେ ୨୦ ହଜାର ଟଙ୍କାର ସଞ୍ଚୟ ଯୋଜନା ଆରମ୍ଭ କରାଯିବ । ଯାହା ତାଙ୍କ ଶିକ୍ଷାରେ ସହାୟକ ହେବ। ତେବେ ଆର୍ଥିକ ଦୁର୍ବଳ ଶ୍ରେଣୀର ଝିଅମାନଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ସ୍କୁଲ ଡ୍ରପ ଆଉଟ ରୋକିବା ପାଇଁ ଏକ ପ୍ରମୁଖ ପ୍ରୟାସ ସ୍ୱରୂପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ‘କନ୍ୟା ସୁମଙ୍ଗଳ ଯୋଜନା’ ଆରମ୍ଭ କରିବାର ଘୋଷଣା କରିଛନ୍ତି ।

ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ସେହି ଝିଅଙ୍କୁ ୧ ଲକ୍ଷ ୧ ଟଙ୍କା ଅର୍ଥସହାୟତା ଦିଆଯିବ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଝିଅମାନଙ୍କ ଉଚ୍ଚ ଶିକ୍ଷାକୁ ପ୍ରୋତ୍ସାହନ ମିଳିବ ଓ ସମାଜରେ ସେମାନେ ଆତ୍ମନିର୍ଭର ହେବାର ସୁଯୋଗ ପାଇବେ ।

ସେହିପରି ବଜେଟରେ ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହାଦ୍ବାରା ୧ କୋଟିରୁ ଊର୍ଦ୍ଧ୍ବ ମହିଳା ଉପକୃତ ହେବେ । ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ବ୍ୟତୀତ ଜୀବନଶୈଳୀ ମାର୍ଗଦର୍ଶନ ଏବଂ ପରାମର୍ଶ ସହାୟତା ସହିତ ସମସ୍ତ ବୟସ ବର୍ଗର ମହିଳାଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ପୁଷ୍ଟିକର ଖାଦ୍ୟ, ମାନସିକ ସୁସ୍ଥତା ଏବଂ ଅର୍ଥନୈତିକ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ‘ସୁଭଦ୍ରା ଓ୍ବେଲନେସ ସେଣ୍ଟର’ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score