Explore

Search

February 21, 2026 12:53 am

ଛତ୍ରପୁର : ୩୫ ପରୀକ୍ଷାର୍ଥୀ ଅନୁପସ୍ଥିତ, କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ଛତ୍ରପୁର : ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଏହି କ୍ରମରେ ଛତ୍ରପୁର ବ୍ଲକର ୧୧ଟି କେନ୍ଦ୍ରରେ ଗୁରୁବାର ୨୨୮୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨୪୮ ଜଣ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ମୋଟ ୩୫ ଜଣ ଛାତ୍ରଛାତ୍ରୀ ଏଥିରେ ଅନୁପସ୍ଥିତ ଥିଲେ । ଏନେଇ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ ଛତ୍ରପୁର ସ୍ଥିତ ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହ ସ୍ଥିତି ଯାଞ୍ଚ କରିଥିଲେ । ଏହାସହ ଉପସ୍ଥିତ ପରୀକ୍ଷାର୍ଥୀଙ୍କୁ ଶୁଭକାମନା ଜଣାଇଥିଲେ ।

ସେହିପରି ଭଞ୍ଜନଗର ବ୍ଲକର ୧୧ଟି କେନ୍ଦ୍ରରେ ଆଜି ଶାନ୍ତିଶୃଙ୍ଖଳାର ସହ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ସମ୍ପନ ହୋଇଛି । ୨୫୫୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନିର୍ଦ୍ଧାରିତ ହୋଇଥିବା ବେଳେ ୨୪୬୬ ଜଣ ପରୀକ୍ଷା ଦେଇଥିବା ସୂଚନା ମିଳିଛି । ମାତୃଭାଷା ପରୀକ୍ଷାରେ ୯୦ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଜଣାପଡ଼ିଛି ।

ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ୨୭ଟି ହାଇସ୍କୁଲର ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ମୋଟ ୧୮୪୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୧୯ ଜଣ ପରୀକ୍ଷା ଦେଇଥିବା ବେଳେ ୨୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଜଣାପଡ଼ିଛି ।

ବାଲିପଦର ହାଇସ୍କୁଲ କେନ୍ଦ୍ରରେ ସର୍ବାଧିକ ୨୬୮ ଜଣ ପରୀକ୍ଷା ଦେଇଥିବା ବେଳେ ବୀରଧନଞ୍ଜୟପୁର ସ୍ଥିତ ବୁଦ୍ଧଗିରି ବିଦ୍ୟାପୀଠରେ ୨୨୧, ତାଳସାକର ମହାମାୟୀ ହାଇସ୍କୁଲରେ ୧୯୮ ଜଣ, ପଙ୍କଳବାଡ଼ି ଆଞ୍ଚଳିକ ହାଇସ୍କୁଲରେ ୧୯୦ ଜଣ, ବୁଗୁଡ଼ା ପିପୁଲ୍ସ ହାଇସ୍କୁଲରେ ୧୮୯ ଜଣ, ବି.କରଡ଼ାବାଡ଼ି ସର୍ଦ୍ଦାର ଅନ୍ତର୍ଯାମୀ ବିଦ୍ୟାପୀଠରେ ୧୮୪ ଜଣ, ବୁଗୁଡ଼ା ଶ୍ରୀ ବିରଞ୍ଚିନାରାୟଣ ଗାର୍ଲସ୍ ହାଇସ୍କୁଲ କେନ୍ଦ୍ରରେ ୧୭୨ ଜଣ, ମାଣିତରା ଆଞ୍ଚଳିକ ହାଇସ୍କୁଲରେ ୧୪୬ ଜଣ, ପୋଚାଲୁଣ୍ଡି ଗ୍ରାମ ମା’କାଳୀ କୃଷକ ହାଇସ୍କୁଲରେ ୧୪୧ ଜଣ ଏବଂ କରଚୁଲି ଶକୁନ୍ତଳା ବିଦ୍ୟାପୀଠରେ ସର୍ବନିମ୍ନ ୧୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି ।

ଏହି ସବୁ କେନ୍ଦ୍ରର ସ୍କୁଲକୁ ଯାଇ ଜିଲ୍ଲାପାଳ ତଦାରଖ କରିବା ସହ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ବିଷୟରେ ଆଲୋଚନା କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score