Explore

Search

February 20, 2026 2:20 am

ବିନା ଇଣ୍ଟରନେଟରେ ଚାଲିବ ଏଆଇ

ନୂଆଦିଲ୍ଲୀ : ଦେଶରେ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ତିବ୍ର ଗତିରେ ପରିବର୍ତ୍ତନ ଦେଖାଯାଉଛି । ସମ୍ପ୍ରତି ଆୟୋଜିତ India AI Impact Summit ରେ ଦେଶ-ବିଦେଶର ଅନେକ ପ୍ରମୁଖ AI ଷ୍ଟାର୍ଟଅପ ଓ ପ୍ରଯୁକ୍ତି ବିଶେଷଜ୍ଞମାନେ ଯୋଗଦେଇ ନୂଆ ଆବିଷ୍କାର କରିଛନ୍ତି । ଏହି ସମ୍ମିଳନୀରେ ବିଶେଷ ଆକର୍ଷଣ କେନ୍ଦ୍ରବିନ୍ଦୁ ହୋଇଛି Sarvam AIଙ୍କ ନୂଆ ପ୍ରଯୁକ୍ତି ପ୍ରସ୍ତୁତି ।

କମ୍ପାନୀ ପକ୍ଷରୁ ଉନ୍ମୋଚିତ ହୋଇଥିବା Sarvam Edge ପ୍ଲାଟଫର୍ମକୁ ନେଇ ଏବେ ପ୍ରଯୁକ୍ତି ମହଲରେ ବେଶ ଚର୍ଚ୍ଚା ଚାଲିଛି । ଏହା ଏକ ଇନ-ଡିଭାଇସ AI ସମାଧାନ । ଯାହା କ୍ଲାଉଡ ଉପରେ ନିର୍ଭର ନକରି ସିଧାସଳଖ ମୋବାଇଲ୍, ଲ୍ୟାପଟପ କିମ୍ବା ଅନ୍ୟ ସ୍ମାର୍ଟ ଡିଭାଇସରେ କାମ କରିପାରିବ ।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଇନ-ଡିଭାଇସ AI ବ୍ୟବହାରକାରୀଙ୍କ ତଥ୍ୟକୁ ସ୍ଥାନୀୟ ଭାବେ ପ୍ରୋସେସ କରିବାରୁ ଡାଟା ସୁରକ୍ଷା ଓ ଗୋପନୀୟତାରେ ବୃଦ୍ଧି ଆସିବ । ଏହାସହ ଇଣ୍ଟରନେଟ ନଥିଲେ ମଧ୍ୟ ବହୁତ ସୁବିଧା ସକ୍ରିୟ ରହିପାରିବ ।

Sarvam Edgeର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତୀୟ ଭାଷାମାନଙ୍କୁ ଅଧିକ ସମର୍ଥନ ଦେବ। ଏହି ପ୍ଲାଟଫର୍ମ ମାଧ୍ୟମରେ ଭଏସ ପ୍ରୋସେସିଂ ଓ ଅନୁବାଦ ସେବାକୁ ସ୍ଥାନୀୟ ଡିଭାଇସରେ ଦ୍ରୁତ ଗତିରେ ପ୍ରଦାନ କରାଯିବ। ଏହା ଗ୍ରାମୀଣ ଓ ସ୍ମଲ-ବିଜନେସ ସେକ୍ଟର ପାଇଁ ମଧ୍ୟ ଉପକାରୀ ହେବ ବୋଲି କୁହାଯାଉଛି । ଏହି ପଦକ୍ଷେପ ଦେଶର AI ଆତ୍ମନିର୍ଭରତାକୁ ଆହୁରି ଶକ୍ତିଶାଳୀ କରିବ ।

ଭବିଷ୍ୟତରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶାସନ ସେବାରେ ଏହାର ବ୍ୟବହାର ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ସମ୍ମିଳନୀରେ ଉପସ୍ଥିତ ଅନେକ ଉଦ୍ୟୋଗପତି ଓ ନୀତିନିର୍ଦ୍ଧାରକମାନେ କହିଛନ୍ତି ଯେ, ଭାରତ ଏବେ କେବଳ AI ବ୍ୟବହାରକାରୀ ନୁହେଁ, ବରଂ AI ନୂଆ ନେତୃତ୍ୱ ନେବା ଦିଗରେ ଆଗୁଆ ଚାଲିଛି ।

ତେବେ ଏହି କୌଶଳ ନୂଆ ନୁହେଁ, ଭାରତ ଭଳି ଦେଶରେ ଏହା ବାସ୍ତବରେ ପରିଣତ ହୋଇପାରେ । ଯେଉଁଠି ସମସ୍ତ ସ୍ଥାନରେ ଦ୍ରୁତ ଓ ସ୍ଥିର ଇଣ୍ଟରନେଟ ଉପଲବ୍ଧ ନାହିଁ । ଏଭଳି ସ୍ଥାନରେ ଅଫଲାଇନ ଏବଂ ଧିର ଇଣ୍ଟରନେଟରେ ଚାଲୁଥିବା AI ଅଧିକ କାମରେ ଆସିପାରେ ।

Sarvam Edge ଛୋଟ ଓ ହାଲୁକା ମଡେଲ। ଏହାର ଉଦ୍ଦେଶ୍ୟ ଅନ୍ୟ ଭଳି ସାଧାରଣ AI ହେବା ନୁହେଁ । ବରଂ କିଛି ବିଶେଷ ଟାସ୍କକୁ ସ୍ଥାନୀୟସ୍ତରରେ ସହଜ କରିବା । ଯେଉଁଠି ଇଣ୍ଟରନେଟ ନଥିବ ଅଥବା ଧିର ଥିବ, ସେହି ସ୍ଥାନରେ ଏହା ଅଧିକ ଫଳପ୍ରଦ ହେବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score