Explore

Search

March 7, 2026 7:32 am

ଭୁବନେଶ୍ୱରରେ ଗଡିବ ‘ସୁଭଦ୍ରା’ ବସ : ଚଲାଇବେ ମହିଳା ଡ୍ରାଇଭର

ଭୁବନେଶ୍ୱର : ମହିଳା ଯାତ୍ରୀଙ୍କ ପାଇଁ ଓ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ଖୁସି ଖବର । ଏବେ ଭୁବନେଶ୍ୱରରେ ଗଡ଼ିବ ‘ସୁଭଦ୍ରା’ ବସ । ମହିଳା ଯାତ୍ରୀଙ୍କ ପାଇଁ ସରକାର ଆଣିବାକୁ ଯାଉଛନ୍ତି ‘ସୁଭଦ୍ରା’ ବସ । ଏଥିରେ ମହିଳା ହେବେ ସ୍ୱାବଲମ୍ୱୀ । ଆଉ ଏହି ‘ସୁଭଦ୍ରା ବସକୁ ଚଳାଇବେ ମହିଳା ଡ୍ରାଇଭର । କେବଳ ସେତିକି ନୁହେଁ, ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ଏହି ବସରେ। ପୁନେରେ ଇ-ବସ ଟ୍ରେନିଂ ପରେ ଭୁବନେଶ୍ୱର ମହିଳା ଚଲାଇବେ ବସ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।

ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ସହ ସାମ୍ପ୍ରତିକ ପରିସ୍ଥିତିରେ ବଢୁଥିବା ଜନ ପରିବହନ ଚାହିଦାକୁ ଲକ୍ଷ୍ୟ କରି ମହିଳା ଚାଳକଙ୍କ ଭୂମିକା ଉପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଅଧିକ ଗୁରୁତ୍ୱ ଦେଇଛନ୍ତି।

ମହିଳାଙ୍କ ସ୍ୱାବଲମ୍ବୀ ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ରାଜ୍ୟରେ ମହିଳା ଚାଳକ ନିୟୁକ୍ତି ବୃଦ୍ଧି କରିବାକୁ ସରକାର ପକ୍ଷରୁ ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ‘ଆମ ବସ୍‌’ ପରିବର୍ତ୍ତେ ମହିଳାଙ୍କ ପାଇଁ ‘ସୁଭଦ୍ରା ବସ୍‌’ ଆରମ୍ଭ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ, ଏନେଇ ସରକାରୀ ସ୍ତରରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା ମିଳିନାହିଁ ।

ସେହିପରି ନୂଆ ବସ ସେବା ସମ୍ପର୍କରେ ସ୍ପଷ୍ଟ ଘୋଷଣା ପାଇଁ ସାଧାରଣ ଲୋକଙ୍କ ଦୃଷ୍ଟି ସରକାରଙ୍କ ଉପରେ ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score