ବ୍ରହ୍ମପୁର : ୩ୟ ଦିନରେ ପହଞ୍ଚିଛି ଗୋପାଳପୁର ବେଳାଭୂମି ମହୋତ୍ସବ-୨୦୨୬ । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଲୋକନୃତ୍ୟରେ କମ୍ପୁଛି ମହୋତ୍ସବ । ସେପଟେ ପାଖରେ ଓଡ଼ିଆ ସିନେ ଓ ଧାରାବାହିକ କଳାକାରଙ୍କୁ ପାଖରେ ପାଇ ବେଶ ଖୁସି ହୋଇଛନ୍ତି ଦର୍ଶକ । ତେବେ ଏହି ମହୋତ୍ସବ ବେଶ ଧୁମଧାମରେ ଚାଲୁଥିବା ବେଳେ ଆସନ୍ତାକାଲି ଏହାର ସମାପନ ହେବ । ତେବେ ସମୟ ଯେତେ ସରିସରି ଆସୁଛି ମହୋତ୍ସବ ଦେଖିବାକୁ ସେତେ ଜମୁଛି ଲୋକଙ୍କ ଭିଡ ।
ଶୀତୁଆ ରାତିକୁ ମଞ୍ଚ ଉପରେ ଓଲିଉଡ଼ କଳାକାରଙ୍କ ଅଭିନୟ ମହୋତ୍ସବକୁ ଆହୁରି ଆକୃଷ୍ଟ କରୁଛି । ସେପଟେ ପଲ୍ଲୀଶ୍ରୀ ମେଳା ସହ ସ୍ୱାଦିଷ୍ଟ ଖାଦ୍ୟରେ ଜମୁଛି ଗୋପାଳପୁର ବେଳାଭୂମି ମହୋତ୍ସବର ଅସାର ।
ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ପାରମ୍ପରିକ ଐତିହ୍ୟକୁ ପ୍ରଚାର ଓ ପ୍ରସାର କରିବା ସହିତ ସହିତ ଲୋକମାନଙ୍କର ଅର୍ଥନୈତିକ ଉନ୍ନତିରେ ଗୋପାଳପୁର ବେଳାଭୂମି ମହୋତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ଉଭୟାଇ ଉଠିଛି। ଏଭଳି ମହୋତ୍ସବ ଆୟୋଜନ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ବିଭିନ୍ନ ପ୍ରକାରର ରୋଜଗାର ସୁଯୋଗ ଲାଭ କରୁଥିବା ବେଳେ, ତାଙ୍କର ଜୀବିକା ନୂଆ ଦିଗରେ ଆଗୁଆ ହେଉଛି।
ସେହିପରି, ମହିଳା ସ୍ୱୟଂସହାୟିକା ଗୋଷ୍ଠୀମାନେ ନିଜେ ତିଆରି କରିଥିବା ହସ୍ତଶିଳ୍ପ ଓ ସ୍ଥାନୀୟ ଉତ୍ପାଦକୁ ବଜାରରେ ପ୍ରଦର୍ଶନ ଓ ବିକ୍ରି କରି ଆତ୍ମନିର୍ଭରତାର ପଥରେ ଦୃଢ଼ ପଦକ୍ଷେପ ନେଉଛନ୍ତି। ଏହି ମହୋତ୍ସବରେ ସଂସ୍କୃତି ଓ ବିକାଶର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳୁଥିବା ବେଳେ, ଗୋପାଳପୁରକୁ ରାଜ୍ୟ ଓ ଦେଶସ୍ତରରେ ଏକ ନୂଆ ପରିଚୟ ଦେବାରେ ଏହା ସହାୟକ ହେଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
