Explore

Search

February 11, 2026 10:20 am

ଆଉ ନିଜକୁ ରକ୍ଷା କରିପାରିବେନି ଟ୍ରମ୍ପ, ଗ୍ରୀନଲ୍ୟାଣ୍ଡ ମାମଲାରେ ଆମେରିକା–ଚୀନ ମୁହାଁମୁହିଁ

ଆମେରିକା : ଗ୍ରୀନଲ୍ୟାଣ୍ଡକୁ କେନ୍ଦ୍ର କରି ବିଶ୍ୱ ରାଜନୀତିରେ ଏବେ ନୂଆ ରୂପ ଦେଖା ଦେଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ମିଶାଇବା ଦାବି ଏବଂ ୟୁରୋପୀୟ ସହଯୋଗୀ ଦେଶମାନଙ୍କ ଉପରେ ଟାରିଫ ଧମକ ବିଶ୍ୱ ରାଜନୈତିକ ମଞ୍ଚକୁ ଏବେ ଗରମ କରିଛି । ଏହି ପରିସ୍ଥିତିର ସୁଯୋଗ ନେଇ ଚୀନ ଏବେ ଟ୍ରମ୍ପଙ୍କୁ କାଉଣ୍ଟର କରିବା ପାଇଁ ପ୍ଲାନ–ବି ରଣନୀତି ଆରମ୍ଭ କରିଛି ।

ଆମେରିକା ଓ ୟୁରୋପ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦକୁ ଚୀନ ନିଜ ସ୍ୱାର୍ଥରେ ବ୍ୟବହାର କରୁଛି । ୟୁରୋପୀୟ ଦେଶମାନଙ୍କ ସହ ବାଣିଜ୍ୟିକ ସମ୍ପର୍କ ମଜବୁତ କରିବା ସହ ଆର୍କଟିକ ଅଞ୍ଚଳରେ ଚୀନ ନିଜର ପ୍ରଭାବ ବଢ଼ାଇବାରେ ଲାଗିଛି । ଟ୍ରମ୍ପ ଯେଉଁଠି ଟାରିଫ ଧମକ ଦେଇ ପୁରୁଣା ସହଯୋଗୀଙ୍କୁ ଦୂରେଇ ଦେଉଛନ୍ତି, ସେଠାରେ ଚୀନ ସେମାନଙ୍କ ପାଇଁ ବିକଳ୍ପ ବଜାର ଓ ନୂଆ ସହଯୋଗୀ ଭାବେ ଉଭା ହେଉଛି ।

ଚୀନ ନିଜକୁ ‘Near-Arctic State’ ବୋଲି ଘୋଷଣା କରିସାରିଛି ଏବଂ ଗ୍ରୀନଲ୍ୟାଣ୍ଡରେ Rare Earth Minerals ପାଇଁ ଚୀନୀ କମ୍ପାନୀଗୁଡ଼ିକ ପୂର୍ବରୁ ନିବେଶ କରିଛନ୍ତି । ଏହାସହ ଚୀନ ନିଜ ସାମୁଦ୍ରିକ ଶକ୍ତିକୁ ଦ୍ରୁତ ଗତିରେ ବଢ଼ାଉଛି । ନିକଟରେ ଚୀନର ତୃତୀୟ ଏୟାରକ୍ରାଫ୍ଟ କ୍ୟାରିୟର ‘ଫୁଜିଆନ’ କାର୍ଯ୍ୟକ୍ଷମ ହେବାସହ ଆମେରିକାର ସମୁଦ୍ର ଶକ୍ତି ପାଇଁ ସିଧାସଳଖ ଚ୍ୟାଲେଞ୍ଜ ହୋଇ ଉଠିଛି ।

ଏହି ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ମିଶାଇବା ଦାବିକୁ ତୀବ୍ର କରିଛନ୍ତି । ସୋସିଆଲ ମିଡିଆରେ ସେ ଏକ ପରିବର୍ତ୍ତିତ ମାନଚିତ୍ର ସେୟାର କରିଛନ୍ତି, ଯେଉଁଥିରେ ଗ୍ରୀନଲ୍ୟାଣ୍ଡ, କାନ୍ନଡା ଓ ଭେନେଜୁଏଲାକୁ ଆମେରିକାର ଅଂଶ ଭାବେ ଦର୍ଶାଯାଇଛି । ଏହାକୁ ନେଇ ୟୁରୋପୀୟ ଦେଶମାନଙ୍କ ସହ ଆମେରିକାର ସମ୍ପର୍କରେ ନୂଆ ବିବାଦ ଆରମ୍ଭ ହୋଇଛି ।

ଟ୍ରମ୍ପଙ୍କ ନିଜ ସୋସିଆଲରେ ସେୟାର କରାଯାଇଥିବା ଏକ ଫଟୋରେ ଅନେକ ନାଟୋ ନେତା ଓଭାଲ ଅଫିସରେ ବସିଥିବା ବେଳେ ପଛରେ ଗ୍ରୀନଲ୍ୟାଣ୍ଡକୁ ଆମେରିକାର ଅଂଶ ଭାବେ ଦର୍ଶାଯାଇଛି । ଏହି ଫଟୋରେ ଫ୍ରାନ୍ସ ରାଷ୍ଟ୍ରପତି, ଇଟାଲୀ ପ୍ରଧାନମନ୍ତ୍ରୀ, ବ୍ରିଟେନ ପ୍ରଧାନମନ୍ତ୍ରୀ ଓ ୟୁରୋପୀୟ କମିଶନ ଅଧ୍ୟକ୍ଷ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି ।

ଟ୍ରମ୍ପ ପୂର୍ବରୁ ଦାବି କରିଥିଲେ ଯେ ଋଷ ଓ ଚୀନର ବଢ଼ୁଥିବା ପ୍ରଭାବକୁ ମୁକାବିଲା କରିବା ପାଇଁ ଗ୍ରୀନଲ୍ୟାଣ୍ଡ ଆମେରିକାର ଜାତୀୟ ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ । ସେ ଏହା ମଧ୍ୟ କହିଥିଲେ ଯେ ଡେନମାର୍କର ଗ୍ରୀନଲ୍ୟାଣ୍ଡକୁ ସୁରକ୍ଷା ଦେବାର କ୍ଷମତା ନାହିଁ ।

ତେବେ ବିଶ୍ଳେଷକମାନଙ୍କ ମତରେ, ଟ୍ରମ୍ପଙ୍କ ଏହି ରଣନୀତି ଆମେରିକାକୁ ଲାଭ ଦେବା ପରିବର୍ତ୍ତେ ଚୀନକୁ ଅଧିକ ସୁଯୋଗ ଦେଉଛି । ଆଗାମୀ ଦିନରେ ଗ୍ରୀନଲ୍ୟାଣ୍ଡ ମାମଲା ବିଶ୍ୱ ଶକ୍ତି ସନ୍ତୁଳନରେ ଏକ ବଡ଼ ମୁଦ୍ଦା ହୋଇ ଉଠିବା ନିଶ୍ଚିତ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score