ଭୁବନେଶ୍ୱର : ଅନଲାଇନ୍ ଟ୍ରେନ ଟିକେଟ ବୁକିଂକୁ ଆଉ ଅଧିକ ସହଜ ଓ ସୁବିଧାଜନକ କରିବାକୁ ଭାରତୀୟ ରେଳବାଇ ଏକ ନୂଆ ନିୟମ ଲାଗୁ କରିଛି । ଇ-ଟିକେଟ କାଟିବା ସମୟରେ ସର୍ଭର ସ୍ଲୋ ହେବା, ଅଧିକ ଲୋଡ ଓ ଦଲାଲଙ୍କ ହସ୍ତକ୍ଷେପ ଭଳି ସମସ୍ୟା ଦୂର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଜାନୁଆରୀ ୧୨ ତାରିଖରୁ ଅର୍ଥାତ ଆଜିଠାରୁ ଏହି ନିୟମ କାର୍ଯ୍ୟକାରୀ ହୋଇଛି।
ନୂଆ ବ୍ୟବସ୍ଥା ଅନୁଯାୟୀ, ଆଧାର ସହିତ ଯାଞ୍ଚିତ IRCTC ଆକାଉଣ୍ଟ ଥିବା ଯାତ୍ରୀମାନେ ଏବେ ଆଡଭାନ୍ସ ରିଜର୍ଭେସନ ପିରିୟଡ (ARP)ର ପ୍ରଥମ ଦିନ ସାରା ଦିନ ଟିକେଟ ବୁକ କରିପାରିବେ। ଏମାନେ ରାତି ୧୧ଟା ୫୯ ମିନିଟ ପର୍ଯ୍ୟନ୍ତ ସାଧାରଣ ରିଜର୍ଭେସନ ଟିକେଟ କାଟିବାର ସୁଯୋଗ ପାଇବେ।
ପୂର୍ବରୁ ଏହି ସୁବିଧା କେବଳ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସୀମିତ ଥିଲା। ଫଳରେ ଅଳ୍ପ ସମୟ ମଧ୍ୟରେ ଅଧିକ ଲୋକ ଏକାଥରେ ଲଗଇନ କରୁଥିଲେ ଓ ସର୍ଭର ସମସ୍ୟା ଦେଖାଦେଉଥିଲା।
ରେଳବାଇ କହିଛି ଯେ ଆଧାର ଯାଞ୍ଚିତ ଉପଭୋକ୍ତାଙ୍କ ପାଇଁ ବୁକିଂ ସମୟ ବଢ଼ାଯାଇଥିବାରୁ ସାଧାରଣ ଯାତ୍ରୀମାନଙ୍କ ପାଇଁ କନଫର୍ମ ଟିକେଟ ପାଇବା ସୁଯୋଗ ଅଧିକ ବୃଦ୍ଧି ପାଇବ। ଏହି ନିୟମ କେବଳ ଅନଲାଇନ୍ ଇ-ଟିକେଟିଂ ପ୍ରଣାଳୀରେ ଲାଗୁ ହେବ। ରେଳ ଷ୍ଟେସନର PRS କାଉଣ୍ଟରରେ ଟିକେଟ କିଣିବା ନିୟମ ପୂର୍ବବତ ରହିଛି।
ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ IRCTC ଆକାଉଣ୍ଟରେ ଆଧାର ଯାଞ୍ଚ ସମ୍ପୂର୍ଣ୍ଣ କରି ରଖିବାକୁ ପରାମର୍ଶ ଦିଆଯାଇଛି, ଯାହାଦ୍ୱାରା ଟିକେଟ ବୁକିଂ ସମୟରେ କୌଣସି ଅସୁବିଧା ହେବ ନାହିଁ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
