Explore

Search

January 14, 2026 3:53 am

ଆନ୍ତର୍ଜାତିକ ସଂଗଠନରୁ ଓହରିଲା ଆମେରିକା

ଆମେରିକା : ଆନ୍ତର୍ଜାତିକ ମଞ୍ଚରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି ଆମେରିକା । ଭାରତ ଓ ଫ୍ରାନ୍ସ ନେତୃତ୍ୱାଧୀନ ଆନ୍ତର୍ଜାତୀୟ ସୌର ଆଲାଏନ୍ସ ସହ ୬୬ଟି ଆନ୍ତର୍ଜାତିକ ସଂଗଠନରୁ ଆମେରିକା ପ୍ରତ୍ୟାହାର କରିଛି । ‘ଆମେରିକା ପ୍ରଥମ’ ନୀତିକୁ ଆଗକୁ ନେବା ଉଦ୍ଦେଶ୍ୟରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏସମ୍ପର୍କରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସ୍ମାରକପତ୍ରରେ ସ୍ୱାକ୍ଷର କରିଛନ୍ତି।

ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ, କିଛି ଆନ୍ତର୍ଜାତିକ ସଂଗଠନ ଆମେରିକାର ସାର୍ବଭୌମତ୍ୱ ଓ ଆର୍ଥିକ ସ୍ୱାର୍ଥକୁ କ୍ଷତି ପହଞ୍ଚାଉଛି । ଆବଶ୍ୟକତା ବିନା ସବସିଡି ଦେବାକୁ ମଧ୍ୟ ଆମେରିକା ମନା କରିଛି । ଏହି ତାଲିକାରେ ୩୫ଟି ଅଣ-ଆମେରିକୀୟ ସଂଗଠନ ଓ ୩୧ଟି ଜାତିସଂଘ ସଂସ୍ଥା ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି। ଏଥିରେ ଆନ୍ତର୍ଜାତୀୟ ସୌର ଆଲାଏନ୍ସ, IUCN ସହ ବିଭିନ୍ନ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସଂଗଠନ ରହିଛି।

ଏହି ମଧ୍ୟରେ ଭାରତ ସମ୍ପର୍କରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ତାଙ୍କ ସହ ଭେଟିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଆପାଚି ହେଲିକପ୍ଟର ଡେଲିଭରିରେ ବିଳମ୍ବ, ପ୍ରତିରକ୍ଷା କ୍ରୟ ଓ ବାଣିଜ୍ୟ ସମ୍ପର୍କିତ ବିଷୟରେ ମୋଦି ତାଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଥିବା ଟ୍ରମ୍ପ ଉଲ୍ଲେଖ କରିଛନ୍ତି । ହାଉସ ଜିଓପି ମେମ୍ବର ରିଟ୍ରିଟରେ ସେ କହିଥିଲେ, ଭାରତ ୫ ବର୍ଷ ଧରି ଆପାଚି ହେଲିକପ୍ଟର ପାଇଁ ଅପେକ୍ଷା କରୁଥିଲା ।

ଟ୍ରମ୍ପ ଆହୁରି କହିଛନ୍ତି ଯେ, ତାଙ୍କର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । ତେବେ ଶୁଳ୍କ ପ୍ରସଙ୍ଗକୁ ନେଇ ମୋଦି କିଛିଟା ଅସନ୍ତୁଷ୍ଟ ଥିବା ଦାବି କରିଛନ୍ତି ଟ୍ରମ୍ପ । ସେ କହିଛନ୍ତି ଯେ, ଭାରତ ବର୍ତ୍ତମାନ ଅଧିକ ଶୁଳ୍କ ଦେଉଛି ଏବଂ ଋଷରୁ ତୈଳ କ୍ରୟକୁ ମଧ୍ୟ ହ୍ରାସ କରିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score