ଆମେରିକା: ପୁଣି ଭାରତକୁ ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟାରିଫ ଧମକ ଦେଇ ଭାରତକୁ ନାଲି ଆଖି ଦେଖାଉଛି ଆମେରିକା । ସୁଧୁରୁ ନାହାଁନ୍ତି ଡୋନାଲ୍ଡ ଟ୍ରମ୍ପ । ବାରମ୍ବାର ଦେଖାଉଛନ୍ତି ଟାରିଫ ବୃଦ୍ଧିର ଧମକ । ଆଉ ଏବେ ଟ୍ରମ୍ପଙ୍କ ଟାର୍ଗେଟରେ ଭାରତୀୟ ଚାଉଳ। ଭାରତରୁ ପଠାଯାଉଥିବା ଚାଉଳ ଉପରେ ଅଧିକ ଟାରିଫ ଲଗାଇବାକୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଟ୍ରମ୍ପଙ୍କ ଏହି ନୂଆ ଚେତାବନୀ ଭାରତୀୟ ଚାଉଳ ଓ କାନାଡାର ସାର ଉପରେ ଲାଗିପାରେ ଅଧିକ ଟ୍ୟାକ୍ସ। ଏନେଇ ନୂଆ ଶୁଳ୍କ ବା ଟାରିଫ ଲଗାଇବା ନେଇ ସଙ୍କେତ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।
ଭାରତ, ଭିଏତନାମ ଓ ଥାଇଲ୍ୟାଣ୍ଡ ଭଳି ଦେଶ ଆମେରିକା ବଜାରରେ ଅତି ଶସ୍ତାରେ ଚାଉଳ ବିକ୍ରି କରୁଛନ୍ତି । ଏହା ଦ୍ୱାରା ଆମେରିକା ଚାଷୀ ଉଚିତ ମୂଲ୍ୟ ପାଉନାହାଁନ୍ତି । ତେଣୁ ଚାଷୀମାନେ କ୍ଷତି ସହୁଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଟ୍ରମ୍ପ କହିଛନ୍ତି ମୁଁ ଏହାର ସମାଧାନ କରିବି । ଆମେରିକୀୟ କୃଷକଙ୍କୁ୧୨ ମିଲିୟନ ଡଲାରର ଆର୍ଥିକ ସହାୟତା ପ୍ରଦାନ ନେଇ ହ୍ୱାଇଟ ହାଉସର ଏକ ବୈଠକରେ ଆଲୋଚନା ହୋଇଛି । ବୈଠକରେ ଟ୍ରମ୍ପ ଭାରତ ସହ କାନାଡା ଉପରେ ମଧ୍ୟ ନୂଆ ଟାରିଫ ଲଗାଇବାକୁ ସଙ୍କେତ ଦେଇଛନ୍ତି । ସେହିପରି ଯେଉଁ ଦେଶ ଆମେରିକା ବଜାରରେ ଶସ୍ତା ଚାଉଳ ବିକ୍ରି କରୁଛି ତାହା ଉପରେ ବିଚାର ହେବ ବୋଲି ଟ୍ରମ୍ପ କହିଛନ୍ତି । ବୈଠକରେ ଟ୍ରମ୍ପ କୃଷକଙ୍କୁ କେଉଁ ଦେଶ ଉପରେ ଟାରିଫ ଲଗାଇଲେ ଭଲ ହେବ ବୋଲି ପ୍ରଶ୍ନ କରିଥିଲେ । ଏଥିରେ ଭାରତ ଏବଂ କାନାଡାର ନାଁ ପ୍ରଥମେ ଆସିଥିଲା ।
ଆଗରୁ ଟ୍ରମ୍ପ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି ଭାରତ ଉପରେ । ପୁଣି ଏବେ ଚାଉଳ ଉପରେ ଟାରିଫ ଲଗାଇପାରନ୍ତି ବୋଲି କହିଛନ୍ତି ଟ୍ରମ୍ପ । ଏଥିରୁ ଏହା ସ୍ପଷ୍ଟ ଯେ, ଆଉ ଭାରତ ଆମେରିକା ଆଗ ପରି ବନ୍ଧୁ ହୋଇ ରହିନାହାଁନ୍ତି । ତେବେ ଏଥର ଯଦି ଆମେରିକା ପୁଣି ବଦମାସୀ କରି ଭାରତକୁ ଟାର୍ଗେଟ କରେ ତାହାଲେ ଏଥର ଭାରତ ବି ଆମେରିକାକୁ କଡା ଜବାବ ଦେବ । ଆଉ ଯାହାକୁ ନେଇ ଏବେ ଆମେରିକା କ’ଣ କରିବ ସେ ନେଇ ଚିନ୍ତା କରୁଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
