Explore

Search

December 3, 2025 6:37 pm

‘ମାଲ୍ୟବନ୍ତ ମହୋତ୍ସବ-୨୦୨୫’ର ଶୁଭାରମ୍ଭ

ମାଲକାନଗିରି : ଢୋଲ, ତୁରୀ ଓ ବାଜାର ତାଳେ ତାଳେ ଦୁଲକିଲା ମାଲକାନଗିରିର ଆଦିବାସୀ ଲୋକ ମହୋତ୍ସବ ପର୍ବ । ଆରମ୍ଭ ହେଲା ‘ମାଲ୍ୟବନ୍ତ ମହୋତ୍ସବ-୨୦୨୫’ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି-୯୦ କଲେଜ ପଡିଆରେ ଏହି ମହୋତ୍ସବର ଆଜି ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ କଳସ ଯାତ୍ରାର ଆୟୋଜନ କରାଯାଇଥିଲା । ଏହା ସ୍ଥାନୀୟ ଭୈରବ ମନ୍ଦିର ଠାରେ ପୂଜାର୍ଚ୍ଚନା କରାଯିବା ପରେ ବିରାଟ ଶୋଭାଯାତ୍ରାରେ ଜଗନ୍ନାଥ ମନ୍ଦିରକୁ ନିଆଯାଇ ସେଠାରେ କଳସ ଗୁଡ଼ିକୁ ରଖାଯାଇଥିଲା ।

ତେବେ ଏହି ‘ମାଲ୍ୟବନ୍ତ ମହୋତ୍ସବ-୨୦୨୫’ ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପରିପ୍ରେକ୍ଷୀରେ ମାଲ୍ୟବନ୍ତ ମହୋତ୍ସବ ପୋଷ୍ଟର ମଧ୍ୟ ଉନ୍ମୋଚିତ ହୋଇଯାଇଛି । ଦୀର୍ଘ ବର୍ଷ ହେଲା ମାଲ୍ୟବନ୍ତ ମହୋତ୍ସବ ଏହି ଜିଲ୍ଲାରେ ପାଳିତ ହୋଇଆସିଛି । ଜିଲ୍ଲାବାସୀଙ୍କ ମଧ୍ୟରେ ଭାଇଚାରା, କଳା ସଂସ୍କୃତିର ପୁନରୁଦ୍ଧାର ଏବଂ ଜିଲ୍ଲାର ବିକାଶ ପାଇଁ ଏହି ଗଣପର୍ବର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ଉତ୍ସବ ମାଧ୍ୟମରେ ଜନସାଧାରଣ, ପ୍ରଶାସନ ଓ ଜନପ୍ରତିନିଧି ଏକ ହୋଇ ଭାବର ଆଦାନ ପ୍ରଦାନ ସହ ଜିଲ୍ଲାକୁ ଗୋଟିଏ ଡୋରିରେ ବାନ୍ଧି ରଖିବାର ସୁଯୋଗ ପାଇଥାନ୍ତି।

ମହୋତ୍ସବ ଶୁଭାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆଙ୍କ ସମେତ ବିଡିଓ, ତହସିଲଦାର, ଜନ ପ୍ରତିନିଧି ଓ ମହୋତ୍ସବ କମିଟିର ସଦସ୍ୟ ଉପସ୍ଥିତ ଥିଲେ। ଏହି ଶୋଭାଯାତ୍ରା ନିମନ୍ତେ ସ୍ଥାନୀୟ ସିଡିପିଓ ଶ୍ରୀମତୀ ରେଖା ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ମା’ ମାନେ ପୂଜାର୍ଚ୍ଚନା ଓ ରଙ୍ଗୋଲି ଦାୟିତ୍ଵ ନିର୍ବାହ କରିଥିଲେ। ପୌର ପରିଷଦ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ପ୍ରସ୍ତୁତି ଓ ତଦାରଖ କରିଥିଲେ। ଏହି ଶୋଭାଯାତ୍ରାରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା, କଲେଜ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଭାଗ ନେଇଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score