Explore

Search

December 2, 2025 6:44 pm

ବଢୁଛି ସୁନା ରୂପାରେ ତିଆରି ଶାଢ଼ୀର ଚାହିଦା

ହାଇଦ୍ରାବାଦ: ଶାଢୀ ଯାହା ପ୍ରତି ଓଡ଼ିଆଣୀଙ୍କର ସୌନ୍ଦର୍ଯ୍ୟ । ଯାହାକୁ ପିନ୍ଧିଲେ ନାରୀର ସୌନ୍ଦର୍ଯ୍ୟ ବଢିଯାଏ। ସାଧାରଣତଃ ଶାଢ଼ୀ ସୁତାରେ ବୁଣା ଯିବା ଆମେ ଦେଖିଛେ । ଯାହା ପିନ୍ଧିବାକୁ ହାଲୁକା ଲାଗେ । ହେଲେ କେବେ ସୁନା ରୂପରେ ତିଆରି ହୋଇଥିବା ଶାଢ଼ୀ ଦେଖିନଥିବେ । ହାଇଦ୍ରାବାଦର ଜଣେ ବୁଣାକାର ବୁଣିଛନ୍ତି ଏହି ଶାଢୀକୁ।

ଯେଉଁଥିରେ ଲାଗିଛି ମୂଲ୍ୟବାନ ପଦାର୍ଥ ସୁନା ଓ ରୂପା । ଏମିତି ଏକ ବୁଣା କାରିଗର ହେଉଛନ୍ତି ତେଲେଙ୍ଗାନା ରଜନ୍ନା-ସିରିସିଲ୍ଲ ଜିଲ୍ଲାର ନାଲା ବିଜୟ । ଯିଏକି ଶାଢ଼ୀରେ ୨୦ ଗ୍ରାମ ସୁନା ଓ ୨୦ ଗ୍ରାମ ରୂପା ବୁଣିଛନ୍ତି । ଏହି ଶାଢୀର ମୂଲ୍ୟ ୫ ଲକ୍ଷ ୮୦ ହଜାର ଟଙ୍କା । ଏହାକୁ କିଣିଛନ୍ତି ହାଇଦ୍ରାବାଦର ଜଣେ ବ୍ୟବସାୟୀ । ଏହି ବ୍ୟବସାୟୀ ଜଣକ ନିଜ ଝିଅର ବିବାହ ଉତ୍ସବ ଲାଗି ଏହି ବହୁ ମୂଲ୍ୟର ଶାଢୀ କିଣିଥିବା କହିଛନ୍ତି ।

ଶାଢୀର ସ୍ବତନ୍ତ୍ରତା:- ଏହି ଶାଢୀର ଚଉଡା ୪୫ ଇଞ୍ଚ ରହିଛି । ଏହି ଶାଢୀର ଓଜନ ପ୍ରାୟ ୫୦୦ ଗ୍ରାମ ରହିଛି । ତେବେ ରଜନ୍ନା-ସିରିସିଲ୍ଲା ଜିଲ୍ଲାର ବୁଣାକାର ନାଲା ବିଜୟ ଏହି ଶାଢୀରେ ନିଜ କାରିଗରି ମାଧ୍ୟମରେ ଖଞ୍ଜିଛନ୍ତି ୨୦ ଗ୍ରାମ ଲେଖାଏଁ ସୁନା ଓ ରୂପା । ଏହି ଶାଢୀ ବୁଣିବା ଲାଗି ତାଙ୍କୁ ପ୍ରାୟ ୧ ମାସ ସମୟ ଲାଗିଥିବା ସେ କହିଛନ୍ତି । ହାଇଦ୍ରାବାଦର ଜଣେ ଶିଳ୍ପପତି ଏହାକୁ ୫ ଲକ୍ଷ ୮୦ ହଜାର ଟଙ୍କାରେ କିଣିଥିବା ଜଣାପଡ଼ିଛି ।

ନାଲାଙ୍କ ପିତା ମଧ୍ୟ ଜଣେ ପ୍ରସିଦ୍ଧ ବୁଣାକାର ଥିଲେ । ସେ ଏପରି ଏକ ଶାଢ଼ୀ ବୁଣିଥିଲେ, ଯାହାକି ଏକ ଦିଆସିଲି କାଠି ମଧ୍ୟରେ ଅତି ସହଜରେ ରହିପାରିବ । ନିଜ ପିତାଙ୍କଠାରୁ ନାଲା ବିଜୟ ପ୍ରେରିତ ହୋଇ କୌଳିକ ବୃତ୍ତି ଜାରି ରଖିଥିବା ବେଳେ ଏପରି ଆଖି ଲାଖିଯିବା ଭଳି ଶାଢୀ ବୁଣିଛନ୍ତି । ଏହା ପୂର୍ବରୁ ନାଲା ଏକ ସୁଗନ୍ଧିତ ଶାଢୀ ମଧ୍ୟ ବୁଣିଥିଲେ । ଏହାକୁ ବୁଣିବା ଲାଗି ତାଙ୍କୁ ଲାଗିଥିଲା ୪ ଦିନ । ଶାଢୀ ବୁଣିବା ପୂର୍ବରୁ ଏହାକୁ ସେ ୨୭ ଟି ଜଡିବୁଟିରେ ବୁଡାଇ ରଖିଥିଲେ ।

ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀ ଜଣେ ଓଡ଼ିଆ ଭାବେ ରାଜ୍ୟ ବାହାରେ ପରିଚିତ କରାଉଥିବା ବେଳେ ହାଇଦ୍ରାବାଦରେ ମଧ୍ୟ ପୋଞ୍ଚାମପଲ୍ଲୀ ପାଟଶାଢୀ ରହିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score