Explore

Search

January 14, 2026 11:35 am

ମାରୁତି ସୁଜୁକିର କାର୍‌ଗୁଡ଼ିକର ମୂଲ୍ୟ ହେଲା ହ୍ରାସ

ୱାଗନ-ଆର ଠାରୁ ଆରମ୍ଭ କରି ଅଲ୍ଟୋ ଏବଂ ଇଗ୍ନିସ୍ ଭଳି ଛୋଟ କାରଗୁଡ଼ିକର ମୂଲ୍ୟ ୧.୨୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି l କାରର ମୂଲ୍ୟରେ ଏହି ହ୍ରାସ ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହେବ l ତେବେ ମାରୁତି ଏସ୍‌-ପ୍ରେସୋ ଏବେ କମ୍ପାନିର ପୋର୍ଟଫୋଲିଓରେ ସବୁଠାରୁ ଶସ୍ତା କାର ପାଲଟିଛି। ଏହି କାରର ସର୍ବାଧିକ ମୂଲ୍ୟ ₹୧,୨୯,୬୦୦ ହ୍ରାସ ପାଇ ୩୪୯,୯୦୦ ଟଙ୍କାରେ ପହଞ୍ଚିଛି। ସେହିପରି ମାରୁତି ସ୍ୱିଫ୍ଟ ଏବେ ମାତ୍ର ୫.୭୯ ଲକ୍ଷ ଟଙ୍କାରୁ ଆରମ୍ଭିକ ମୂଲ୍ୟରେ ଉପଲବ୍ଧ। ମାରୁତି ସୁଜୁକି ଏହାର ଲୋକପ୍ରିୟ କାର ସ୍ୱିଫ୍ଟର ମୂଲ୍ୟ ୮୪,୬୦୦ ଟଙ୍କା ହ୍ରାସ ଘୋଷଣା କରିଛି। ଏହା ସହିତ, ବାଲେନୋର ମୂଲ୍ୟ ୮୬,୧୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଯାହା ଫଳରେ ଏହାର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୫.୯୯ ଲକ୍ଷ ଟଙ୍କା ହୋଇଛି। ମାରୁତି ଡିଜାୟାର ବର୍ତ୍ତମାନ ମାତ୍ର ୬.୨୬ ଲକ୍ଷ ଟଙ୍କାରୁ ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score