Explore

Search

April 17, 2026 12:20 am

୧୯୭୧ରେ ଅନୁଷ୍ଠିତ ଭାରତ-ପାକିସ୍ତାନ ଯୁଦ୍ଧରେ ସୈନିକଙ୍କୁ ମିଳିବ ପେନସନ୍

ଆମ ଦେଶ ପାଇଁ ରକ୍ତବିନ୍ଦୁ ଦେଇ ଦେଶକୁ ସୁରକ୍ଷା ପ୍ରଦାନ କରିଥିବା ସୈନ୍ୟଙ୍କୁ ମିଳିବ କେନ୍ଦ୍ରୀୟ ଭତ୍ତା l ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିର୍ଦେଶକ୍ରମେ ୧୯୭୧ରେ ଅନୁଷ୍ଠିତ ଭାରତ-ପାକିସ୍ତାନ ଯୁଦ୍ଧରେ ବୀରତ୍ବର ସହ ଲଢିଥିବା ଜଣେ ଯବାନ ଦୀର୍ଘ ୪୪ ବର୍ଷ ପରେ ପେନ୍‌ସନ ପାଇବାକୁ ହକ୍‌ଦାର ହୋଇଛନ୍ତି। ଶ୍ୟାମ ସିଂହ ନାମକ ଏହି ଯବାନ ୧୯୭୧ ଯୁଦ୍ଧରେ ଲଢୁଥିବାବେଳେ ପାକ୍‌ ସୈନ୍ୟଙ୍କ ବୋମାମାଡରେ ତାଙ୍କର ଦୁଇଟି ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା। ଭିନ୍ନକ୍ଷମ ହୋଇପଡିବାରୁ ୧୯୭୩ ଜାନୁଆରୀ ୨୨ରେ ତାଙ୍କୁ ସେନାରୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଥିଲା। ଯୁବାବସ୍ଥାରେ ଚାକିରି ହରାଇ ଶ୍ୟାମ ନିରାଶ ହୋଇପଡିଥିଲେ।

ଯୁଦ୍ଧରେ ଆହତ ହୋଇଥିବା ସତ୍ତ୍ବେ ତାଙ୍କୁ ପେନ୍‌ସନ ମଧ୍ୟ ପ୍ରଦାନ କରାଯାଇନଥିଲା। ଶ୍ୟାମ ପୂର୍ବରୁ ପେନ୍‌ସନ ପାଇଁ ଆବେଦନ କରିଥିଲେ ସୁଦ୍ଧା ପ୍ରିନ୍ସିପାଲ କଣ୍ଟ୍ରୋଲର ଅଫ୍‌ ଡି​ଫେନ୍ସ ଆକାଉଣ୍ଟ୍‌ସ (ପେନ୍‌ସନ) ଖାରଜ କରିଦେଇଥିଲେ। ଫଳରେ ଶ୍ୟାମ ଆର୍ମଡ ଫୋର୍ସେସ ଟ୍ରିବ୍ୟୁନାଲଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୩ ଅଗଷ୍ଟ ୨୩ରେ ଟ୍ରିବ୍ୟୁନାଲ ରାୟ ଦେଇଥିଲେ ଯେ ଶ୍ୟାମଙ୍କୁ ୧୯୭୩ ଜାନୁଆରୀ ୨୨ରୁ ୧୯୭୫ ଜାନୁଆରୀ ୨୧ ପର୍ଯ୍ୟନ୍ତ ୱାର ଇନ୍‌ଜ୍ୟୁରୀ ପେନ୍‌ସନ ପ୍ରଦାନ କରାଯିବ। ଏହାପରେ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ ନିୟମିତ ପେନ୍‌ସନ ମିଳିବ। ୨୦୨୧ ମେ’ ୧୯ରେ ଶ୍ୟାମଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀଙ୍କୁ ପାରିବାରିକ ପେନ୍‌ସନ ଦେବାକୁ ଟ୍ରିବ୍ୟୁନାଲ ନିର୍ଦେଶ ଦେଇଥିଲେ। ଏହାର ପ୍ରତିବାଦରେ କେନ୍ଦ୍ର ସରକାର ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ପିଟିସନ ଦାଏର କରିଥିଲେ। ଜଷ୍ଟିସ ହରସିମରନ ସିଂହ ସେଠି ଓ ଜଷ୍ଟିସ ବିକାଶ ସୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଶ୍ୟାମଙ୍କୁ ତୁରନ୍ତ ପେନ୍‌ସନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ଯବାନଙ୍କ ପ୍ରାପ୍ୟ ରୋକିବା ନିହାତି ଲଜ୍ଜାଜନକ ବୋଲି ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score