Explore

Search

January 14, 2026 8:06 am

ଭାରତମାଲା ଏକ୍ସପ୍ରେସୱେରେ ଯୋଡ଼ିହେଲା ସୁଙ୍କିଘାଟି : ରାଜ୍ୟର ବୃହତ୍ତମ ଟନେଲ୍

ଓଡ଼ିଶାର ପଡୋଶୀ ରାଜ୍ୟ ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ଜାତୀୟ ରାଜପଥରେ ଲୋକଙ୍କର ଯାତାୟାତ ହେବାକୁ ଯାଉଛି ମଜାଦାର ଯାହାକୁ କରିବ ସୁଙ୍କିଘାଟି l ଏହା ଓଡ଼ିଶାର ବୃହତ୍ତମ ଟନେଲ୍‌ ରୂପେ ଗଣା ହେବାକୁ ଯାଉଛି l କେବଳ ସେତିକି ନୁହେଁ ସ୍ଥାନୀୟ ରୋଜଗାର ସାଙ୍ଗକୁ ବଢ଼ାଇବ ବ୍ୟବସାୟ l ତିନି ରାଜ୍ୟକୁ ସଂଯୋଗ କରୁଥିବା ‘ଭାରତମାଲା ଏକ୍ସପ୍ରେସୱେ’ର ଦୁଇ ଉଚ୍ଚତମ ଟନେଲ।

ଓଡ଼ିଶା- ଆନ୍ଧ୍ର ସୀମାନ୍ତ ତଥା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସୀମାରେ ଥିବା ପୂର୍ବଘାଟ ପର୍ବତମାଳାର ସୁଙ୍କି ଘାଟିରେ ଯାହା ସମୁଦ୍ର ପତ୍ତନ ଠାରୁ ୩ହଜାର ଫୁଟ୍ ଉଚ୍ଚରେ ଥିବା ଏହି ଘାଟି ରାସ୍ତାରେ ନିର୍ମାଣ ହୋଇଛି ରାଜ୍ୟର ପ୍ରଥମ ଟନେଲ ସହ ଛଅ ଥାକିଆ ଜାତୀୟ ରାଜପଥ ରାସ୍ତା। ଓଡ଼ିଶାରୁ ଆନ୍ଧ୍ର ଯିବା ପାଇଁ ତିନିଥାକିଆ ରାସ୍ତା ଓ ଆନ୍ଧ୍ରରୁ ଓଡ଼ିଶା ଆସିବା ପାଇଁ ମଧ୍ୟ ତିନି ଥାକିଆ ରାସ୍ତା ନିର୍ମାଣ କରାଯାଇଛି। ଏହି ଦୁଇ ଟନେଲ ରାସ୍ତାର ଲମ୍ବା ଯଥାକ୍ରମେ ୩.୪୨ କିମି ଓ ୨.୮ କିମି ଲମ୍ବ ରହିଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବା ନେଇ ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score