Explore

Search

August 7, 2025 12:56 am

Genres

ବୁଧବାର ‘ସେଣ୍ଟ୍ରାଲ ବିଷ୍ଟା’ର ନୂଆ ବିଲ୍ଡିଂ କର୍ତ୍ତବ୍ୟ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଦେଶର ପ୍ରମୁଖ ପାୱାର କରିଡର ହେବାକୁ ଯାଉଛି କର୍ତ୍ତବ୍ୟ ଭବନ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ସେଣ୍ଟ୍ରାଲ ବିଷ୍ଟା’ର ନୂଆ ବିଲ୍ଡିଂକୁ ଉଦଘାଟନ କରିବେ । ଯାହାର ନାମ କର୍ତ୍ତବ୍ୟ ଭବନ ରହିଛି । ତେବେ ଏହି ବିଲ୍ଡିଂ ଭାରତର ଅନ୍ୟତମ ପାଓ୍ୱାର କରିଡର ଭାବେ କାର୍ଯ୍ୟ କରିବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୬ ତାରିଖ ସନ୍ଧ୍ୟାରେ ଏହି ନୂଆ ଭବନର ଉଦଘାଟନ କରିବେ । ଯାହାକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ଏହି ଭବନର ନିର୍ମାଣ ସେଣ୍ଟ୍ରାଲ ବିଷ୍ଟା ପ୍ରୋଜେକ୍ଟରେ ଶେଷ ହୋଇଛି । ଏହି ଭବନରେ ପ୍ରମୁଖ ଭାବେ ଗୃହ ମନ୍ତ୍ରାଳୟ ସହିତ ବିଦେଶ ମନ୍ତ୍ରାଳୟ, କୃଷି ମନ୍ତ୍ରଣାଳୟ, ଉଦ୍ୟୋଗ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରାଳୟ କାର୍ଯ୍ୟ କରିବ । ଏହି ଭବନ ଭିତରେ ଶାସ୍ତ୍ରୀ ଭବନ, କୃଷି ଭବନ, ଉଦ୍ୟୋଗ ଭବନ ଆଉ ନିର୍ମାଣ ଭବନ ରହିଛି।

ଏହି ନୂଆ ଭବନରେ ଆଧୁନିକ ସୁବିଧା ସୁଯୋଗ ସହିତ ସମସ୍ତ ଆବଶ୍ୟକୀୟ ସୁବିଧା ରହିଛି । ଏହାର ପରିସର ୧.୫ ଲକ୍ଷ ବର୍ଗମିଟରରେ ପରିବ୍ୟାପ୍ତ । ଏହି ବିଲ୍ଡିଂ ୭ ମହଲା ବିଶିଷ୍ଟ ହୋଇଥିବାବେଳେ, ଏହା ଦେଶର ନୂଆ ପାଓ୍ୱାର ହାଉସ୍ ହେବାକୁ ଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score