Explore

Search

February 15, 2026 7:34 pm

ଅନ୍ୟକୁ ଚାକିରୀ ଦେବା ପାଇଁ ପାଠ ପଢ: ମହାମହିମ ରାଷ୍ଟ୍ରପତି

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇ ସମାରୋହକୁ ସମ୍ୱୋଧିତ କରି କହିଥିଲେ ଯେ “ଛାତ୍ରଛାତ୍ରୀମାନେ ଚାକିରି କରିବାକୁ ନୁହେଁ ଚାକିରି ଦେବାକୁ ପାଠ ପଢନ୍ତୁ” l କେବଳ ସେତିକି ନୁହେଁ ରେଭେନ୍ସା ସମ୍ପର୍କରେ ନିଜ ଅନୁଭୂତ ବଖାଣି ମହାମହିମ ରାଷ୍ଟ୍ରପତି କହିଥିଲେ ଯେ “ମୋ ଝିଅ ଏଠାରେ ପଢୁଥିବା ବେଳେ ମହିଳା ଛାତ୍ରାବାସକୁ ଆସିଥିଲି । ରେଭେନ୍ସା କେବଳ ସିମେଣ୍ଟରେ ଗଢ଼ା କୋଠା ନୁହେଁ ଏହା ଏକ ଶାଳଗ୍ରାମ । ସେହିପରି ମଧୁବାବୁଙ୍କ ଜୋତା କାରଖାନାର ଉଦାହରଣ ମଧ୍ୟ ଦେଇଛନ୍ତି । ରେଭେନ୍ସା ଏକ ପୁରୁଣା ଅନୁଷ୍ଠାନ ହେଲେ ପୁରୁଣାକାଳିଆ ନୁହେଁ ବୋଲି କହିଛନ୍ତି ମହୋଦୟା ଦ୍ରୌପଦୀ ମୁର୍ମୁ । ରେଭେନ୍ସା ସମାବର୍ତ୍ତନ ଉତ୍ସବ ପରେ ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟର ୩ଟି ଅଟ୍ଟାଳିକାର ପୁର୍ନବିନ୍ୟାସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହାପରେ ଆଦିକବି ସାରଳା ଦାସଙ୍କ ଜନ୍ମବାର୍ଷିକୀ ସମାରୋହରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ କରିଛନ୍ତି । ଏହାପରେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯାଇଛନ୍ତି ମହାମହିମ ରାଷ୍ଟ୍ରପତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score