ଆରମ୍ଭ ହେଲା ପବିତ୍ର ଅମରନାଥ ଯାତ୍ରା l
ଜମ୍ମୁ ବେସ୍ କ୍ୟାମ୍ପରେ ପୂଜାର୍ଚ୍ଚନା ପରେ ଆନୁଷ୍ଠାନିକ ଭାବେ ଜାମ୍ମୁ କାଶ୍ମୀର ଉପ ରାଜ୍ଯପାଳଙ୍କ ଦ୍ଵାରା ଏହି ଯାତ୍ରାର ଶୁଭାରମ୍ଭ ହୋଇଛି । ‘ହରହର ମହାଦେବ’ ଓ ‘ବମ୍ ବମ୍ ଭୋଲେ’ ନାରାରେ କମ୍ପିଛି ପରିବେଶ। ଶ୍ରଦ୍ଧାଳୁମାନେ ଉତ୍ସାହର ସହ ଯାତ୍ରା ଆରମ୍ଭ କରିଛନ୍ତି । ଅମରନାଥ ଯାତ୍ରା ପାଇଁ କଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବାହିନୀ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି।
ଅମରନାଥ ପୀଠ ସ୍ଥଳ ଅଭିମୁଖେ ୨ଟି ରାସ୍ତାରେ ପାଖାପାଖି ୫୦ ହଜାର ସିଆରପିଏଫ୍ ଯବାନ ମୁତୟନ ହୋଇଛନ୍ତି । ପ୍ରମୁଖ ସ୍ଥାନ ଗୁଡ଼ିକରେ କ୍ବିକ୍ ରିଆକ୍ସନ୍ ଟିମ୍ ମଧ୍ୟ ସଜାଗ ଅଛନ୍ତି । ୩୮ ଦିନର ତୀର୍ଥଯାତ୍ରା ସମୟରେ ଉଭୟ ପହଲଗାମ ଏବଂ ବାଲଟାଲ୍ ରୁଟ୍ ରେ ସର୍ଭେଲାନ୍ସ ଡ୍ରୋନ୍ ମୁତୟନ ହୋଇଥିବା ବେଳେ ବାଲଟାଲ୍ ଓ ପହଲଗାମ ରୁଟ ଦେଇ ଅମରନାଥ ଯାତ୍ରା ଆରମ୍ଭ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ପାଇଁ ଜମ୍ମୁ-କାଶ୍ମୀର ରାଜପଥ ଦେଇ ହିଁ ଯାତ୍ରା କରିବା ପାଇଁ ଏକ ପ୍ରମୁଖ ରାସ୍ତା ।
ଏହି ସମ୍ପର୍କରେ ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, ଅମରନାଥ ଯାତ୍ରା ଶ୍ରଦ୍ଦାଳୁମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁଚିଧା କରାଯାଇଛି । ୨୦୨୨ ପରଠାରୁ ଶ୍ରଦ୍ଧାଳୁଙ୍କୁ ଉନ୍ନତମାନର ସୁବିଧା ପ୍ରଦାନ କରାଯାଉଛି । ଯାତ୍ରାର ଲାଇଭ ପ୍ରସାରଣ ପାଇଁ ଉନ୍ନତମାନର କ୍ୟାମେରା ଲଗାଯାଇଛି ବୋଲି ମତ ଦେଇଥିଲେ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |