Explore

Search

March 29, 2026 12:58 am

ଦେଶରେ ସର୍ବବୃହତ୍ ଫ୍ରେଞ୍ଚ ଫ୍ରାଇଜ କାରଖାନାର ଶୁଭାରମ୍ଭ କଲେ ଗୃହମନ୍ତ୍ରୀ ଅମିତ ଶାହ

ଦିନକୁ ଦିନ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଆଗକୁ ଯାଉଛି ଭାରତ l ଗୁଜରାଟରେ ଦେଶର ସର୍ବବୃହତ୍ ଫ୍ରେଞ୍ଚ ଫ୍ରାଇଜ କାରଖାନା ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ l ଏଥିରେ ୧୦୫୦ କୋଟି ଟଙ୍କା ବିନିଯୋଗ କରିଛି ଓଡ଼ିଶାର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ଫାଲକନ୍ ଗ୍ରୁପ। ଏହି ଅବସରରେ ଗୁଜରାଟ ଶିଳ୍ପ ମନ୍ତ୍ରୀ ବଲୱନ୍ତ ସିଂହ ରାଜପୁତ, ଫାଲକନ୍ ନିର୍ଦ୍ଦେଶକ ପ୍ରଭ ରଞ୍ଜନ ପଟ୍ଟନାୟକ, ଜିତେନ୍ଦ୍ର ନାଥ ପଟ୍ଟନାୟକ, କାରଖାନାର ପ୍ରଯୁକ୍ତି ପ୍ରଦାନକାରୀ ସଂସ୍ଥାଗୁଡ଼ିକର ପ୍ରତିନିଧି, ଚାଷୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଓଡ଼ିଶାର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ଫାଲକନ ଗ୍ରୁପ ପକ୍ଷରୁ ଫାଲକନ ଏଗ୍ରିଫ୍ରିଜ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ ଜରିଆରେ ଗୁଜରାଟର ମେହସାନାରେ ନୂଆ ଫ୍ରୋଜେନ ପଟାଟୋ କାରଖାନା ସ୍ଥାପନ କରାଯାଇଛି। ତାହା ହେଉଛି ଦେଶର ସର୍ବବୃହତ ଫ୍ରେଞ୍ଚ ଫ୍ରାଇଜ କାରଖାନା, ଯେଉଁଥିରେ ୩୫୦ ମିଟରର ବୃହତ୍ ଉତ୍ପାଦନ ଲାଇନ୍ ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଉଦଘାଟନ କରିଛନ୍ତି। ଦୁଇ ବର୍ଷ ମଧ୍ୟରେ ସ୍ଥାପନ କରାଯାଇଥିବା ଏହି କାରଖାନାର ଉତ୍ପାଦନ କ୍ଷମତା ଘଣ୍ଟା ପିଛା ୧୫ ଟନ ଫ୍ରେଞ୍ଚ ଫ୍ରାଇଜ ଓ ୩.୫ ଟନର ଆଳୁରୁ ପ୍ରସ୍ତୁତ ସ୍ଵତନ୍ତ୍ର ଉତ୍ପାଦ ରହିଛି। ସ୍ଥାୟିତ୍ବକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଥିବା ଏହି କାରଖାନାର ୬୫୦ କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score