Explore

Search

March 1, 2026 9:49 am

ବଲୁଚିସ୍ତାନରେ ପ୍ରଥମ ହିନ୍ଦୁ ମହିଳାଙ୍କୁ ମୁଖ୍ୟ ଦାୟିତ୍ଵ

ଭାରତ ଓ ପାକିସ୍ତାନ ଯୁଦ୍ଧ ପରେ ନିଜକୁ ସ୍ଵତନ୍ତ୍ର ଘୋଷଣା କରିଥିବା ବଲୁଚିସ୍ତାନରେ ହିନ୍ଦୁ ଝିଅକୁ ମିଳିଛି ବଡ ସଫଳତା। କଶିଶ୍ ଚୌଧୁରୀକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କଶିଶଙ୍କୁ ନେଇ ବଢିଲା ପାକିସ୍ତାନର ଚିନ୍ତା। ବଲୁଚିସ୍ତାନର ପ୍ରଥମ ହିନ୍ଦୁ ମହିଳା ଆସିଷ୍ଟାଣ୍ଟ କମିଶନର ହେଲେ କଶିଶ୍। ମାତ୍ର ୨୫ ବର୍ଷ ବୟସରେ ଆସିଷ୍ଟାଣ୍ଟ କମିଶନର ହୋଇ ଇତିହାସ ରଚିଲେ କଶିଶ୍। ବଲୁଚିସ୍ତାନର ନୋକ୍ସି ସହରର ଜଗାଇ ଜିଲ୍ଲାରେ କଶିଶଙ୍କ ଜନ୍ମ। ବଲୁଚିସ୍ତାନର ଏହି ଅଞ୍ଚଳ ଦୁର୍ଗମ ସହ ବହୁ ପଛୁଆ। କଶିଶ୍ ଚୌଧୁରୀ ନିଜେ ଶିକ୍ଷା କ୍ଷେତ୍ରରେ ଆଗକୁ ଯିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ।

ବଲୁଚିସ୍ତାନ ପବ୍ଲିକ ସର୍ଭିସ କମିଶନରେ ଉତ୍ତୀର୍ଣ୍ଣ ହୋଇଥିଲେ କଶିଶ। ଏହି ସଫଳତା ପରେ ଆସିଷ୍ଟାଣ୍ଟ କମିଶନର ଭାବେ ମନୋନୀତ ହେଲେ କଶିଶ୍। କଶିଶଙ୍କୁ ଏହି ସଫଳତାରେ ତାଙ୍କ ପରିବାର ସହ ସମସ୍ତେ ଖୁସି। ସଂଖ୍ୟାଲଘୁ ସଂପ୍ରଦାୟ ଓ ମହିଳାଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score