Explore

Search

April 17, 2026 3:45 am

ପାକିସ୍ତାନକୁ ଜଳ ଚିନ୍ତା, ଭାରତ ସରକାରଙ୍କୁ ଚିଠି ଲେଖିଲେ ପାକ୍ ମନ୍ତ୍ରୀ

ଭାରତ ସରକାର ସିନ୍ଧୁ ଜଳ ଚୁକ୍ତି ରଦ୍ଦ ପାଇଁ ନେଇଥିବା ନିଷ୍ପତ୍ତି ଉପରେ ପୁଣିଥରେ ବିଚାର କରିବାକୁ ପାକିସ୍ତାନର ଜଳ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଲେଖି ଅନୁରୋଧ କରାଯାଇଛି।

ଗ୍ରୀଷ୍ମ ପ୍ରବାହ ଯେତିକି ବଢ଼ୁଛି ପାକିସ୍ତାନର ଚିନ୍ତା ସେତିକି ଅଧିକ ହେଉଛି। ପହଲଗାମ ନରସଂହାର ପରେ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତି ଉପରେ ରୋକ ଲଗାଇ ଦେଇଥିବାରୁ ପାକିସ୍ତାନରେ ଏବେ ସାଂଘାତିକ ସ୍ଥିତି। ଏଥିସହ ଏକାଧିକ ନଦୀରେ ଥିବା ଗେଟକୁ ମଧ୍ୟ ଭାରତ ସରକାର ନିଜ ଇଚ୍ଛାରେ ବନ୍ଦ କରୁଛନ୍ତି ଓ ଖୋଲୁଛନ୍ତି।

ପାକିସ୍ତାନ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ ନ କରିବା ଯାଏ ଭାରି ସରକାର ସିନ୍ଧୁ ଜଳ ଚୁକ୍ତିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିଯୋଗୁ ପାକିସ୍ତାନରେ ଏବେ ଚିନ୍ତାରେ ରହିଛି।

ଏବେ ପାକିସ୍ତାନ ଜଳ ସମ୍ପଦ ମନ୍ତ୍ରୀ ଲେଖିଥିବା ଚିଠିରେ କହିଛି ଯେ ଚୁକ୍ତି ଉପରେ ରୋକ ଲଗାଇ ନିଷ୍ପତ୍ତି ଦେଶରେ ସଙ୍କଟମୟ ସ୍ଥିତି ସୃଷ୍ଟି କରିବ। ତେଣୁ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତି ଉପରେ ପୁଣିଥରେ ବିଚାର କରନ୍ତୁ।

ମଙ୍ଗଳବାର ଭାରତ ସରକାର ସ୍ପଷ୍ଟ କରିଥିଲେ ଯେ ପାକିସ୍ତାନ ସହ ଅସ୍ତ୍ରବିରତି ବୁଝାମଣା ହୋଇଛି। କିନ୍ତୁ ପାକିସ୍ତାନ ସୀମା ପାର ଆତଙ୍କବାଦ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯାଏ ସିନ୍ଦୁ ଜଳ ଚୁକ୍ତି ବନ୍ଦ ରହିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score