Explore

Search

April 20, 2026 11:16 pm

ଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କାର୍ଯ୍ୟକ୍ରମ:’ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଓ ଓମ୍‌ଫେଡ୍‌

ଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କାର୍ଯ୍ୟକ୍ରମ:'ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଓ ଓମ୍‌ଫେଡ୍‌

ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ଠାରେ ବ୍ରହ୍ମପୁର ମହାନଗର ନିଗମରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ଏବଂ ଓମଫେଡ୍ ପକ୍ଷରୁ ଅନୁଷ୍ଠିତ ହୋଇଛି ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଓ ଓମ୍‌ଫେଡ୍‌ ଚାଷୀଙ୍କୁ ପ୍ରୋତ୍ସାହନ କାର୍ଯ୍ୟକ୍ରମ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଶୁସମ୍ପଦ ବିକାଶ ମନ୍ତ୍ରୀ ଯୋଗଦେଇ ଚାଷୀମାନେ ହେଉଛନ୍ତି ଆମ ଅର୍ଥନୈତିକ ମେରୁଦଣ୍ଡ ବୋଲି କହିଥିଲେ l କେବଳ ଏତିକି ନୁହେଁ ରୁଢ଼ି ମାଧ୍ୟମରେ ଚାଷ କାମ ଯାହାର, କେତେ ସୁଖ ଆସିବ ତାହାର କହି ଉତ୍ସାହିତ ମଧ୍ଯ କରିଥିଲେ l ଏହି ଅବସରରେ ବିଭିନ୍ନ ଉଚ୍ଚସ୍ତରୀୟ ଅଧିକାରୀ ମଧ୍ଯ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଓଡିଶାର ଦୁଗ୍ଧଚାଷୀମାନଙ୍କୁ ସମୃଦ୍ଧ କରିବା ଏବଂ ରାଜ୍ୟକୁ ସ୍ଵାବଳମ୍ବୀ କରିବା ପାଇଁ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଓମଫେଡ୍ ପକ୍ଷରୁ ଗୋରୁ ଗାଈ ଚାଷ ପାଇଁ ଯେଉଁ ସହାୟତା ମିଳୁଛି, ତାକୁ ପାଇ ଆମେ ବେଶ୍ ଉପକୃତ ବୋଲି ନିମନ୍ତ୍ରିତ ଚାଷୀ ମନ୍ତବ୍ୟ ଦେଇଥିଲେ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score