Explore

Search

March 14, 2025 2:53 am

Genres

ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ବିତୀୟ କିସ୍ତି

ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ବିତୀୟ କିସ୍ତି

ଖୁବଶୀଘ୍ର ବ୍ରହ୍ମପୁର ଠାରେ ଅନୁଷ୍ଠିତ ସୁଭଦ୍ରା କାର୍ଯ୍ୟକ୍ରମରେ କୋଟିଏ ମହିଳାଙ୍କୁ ମିଳିବ ସୁଭଦ୍ରା ଦ୍ବିତୀୟ କିସ୍ତି ଟଙ୍କା l ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା । ମହିଳା ଦିବସ ଅବସରରେ ରାଜ୍ୟରେ ସୁଭଦ୍ରା ହିତାଧିକାରୀଙ୍କୁ ଦ୍ବିତୀୟ କିସ୍ତି ଟଙ୍କା ଦିଆଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବ୍ରହ୍ମପୁରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ସୁଭଦ୍ରା କିସ୍ତି ଟଙ୍କା ମିଳିବ । ପ୍ରାୟ କୋଟିଏ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ତେବେ ବର୍ତ୍ତମାନ ସୁଦ୍ଧା ‘ସୁଭଦ୍ରା’ ଯୋଜନାରେ ୯୮ ଲକ୍ଷ ମହିଳା ଯୋଡ଼ି ହୋଇସାରିଛନ୍ତି । ସୂଚନାଯୋଗ୍ୟ ଯେ , ବ୍ୟାଙ୍କିଙ୍ଗ ସମସ୍ୟା ପାଇଁ ୨ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିପାରିନି । ଏମାନେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଶେଷ ହିତାଧିକାରୀ ହୋଇଥିବାବେଳେ ମାର୍ଚ୍ଚ ୮ରେ ଏମାନଙ୍କୁ ଏକାଥରେ ଦୁଇଟି କିସ୍ତିର ଟଙ୍କା ଏକାଥରେ ମିଳିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score