Explore

Search

December 3, 2025 10:00 pm

ମାନବିକତାର ସର୍ବୋତ୍ତମ ଉଦାହରଣ – ବାଗଚି କରୁଣାଶ୍ରୟ ପଲ୍ଲିଏଟିଭ୍ କେୟାର ସେଣ୍ଟର

bagchi karunashraya palliative care centre

ଭୁବନେଶ୍ବର ସହରର ଉପକଣ୍ଠରେ ଥିବା ଇନଫୋ ଭ୍ୟାଲି-୨ରେ ଉଦଘାଟିତ ହୋଇଯାଇଛି ବାଗଚି କରୁଣାଶ୍ରୟ ପଲ୍ଲିଏଟିଭ୍ କେୟାର ସେଣ୍ଟର l ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭ ଉଦଘାଟନ କରି ଏହାର ପ୍ରତିଷ୍ଠାତାମାନଙ୍କୁ ପ୍ରଶଂସା କରିବା ସହ ସାମାଜିକ ସେବା କ୍ଷେତ୍ରରେ ଏଭଳି ନିଃସ୍ବାର୍ଥପର ଅବଦାନ ଆଜିକାଲି ଦେଖିବା ବିରଳ ବୋଲି କହିଥିଲେ।

ପଲ୍ଲିଏଟିଭ୍ କେୟାର ସେଣ୍ଟର ବାଙ୍ଗାଲୋର ହୋସପାଇସ୍ ଟ୍ରଷ୍ଟ (ବିଏଚଟି), କରୁଣାଶ୍ରାୟ ତଥା ପ୍ରଖ୍ୟାତ ବୈଷୟିକ ଉଦ୍ୟୋଗୀ ସୁବ୍ରତ ବାଗଚିଙ୍କ ମିଳିତ ପ୍ରୟାସ l ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ବାଗଚି ପରିବାର ୧୩୦ କୋଟି ଟଙ୍କା ପ୍ରଦାନ କରିଥିଲେ l

ବାସ୍ତବରେ ବାଗଚି ଦମ୍ପତି ଓଡିଶା ପାଇଁ ଏକ ଆଦର୍ଶ ଅଟନ୍ତି। ତାଙ୍କର ଏହି ପଦକ୍ଷେପ ନିଶ୍ଚିତ ଭାବରେ ଅନ୍ୟମାନଙ୍କୁ ସମାଜର ସେବା କରିବାକୁ ପ୍ରେରଣା ଯୋଗାଇବ l ୧୧୦ ଶଯ୍ୟା ବିଶିଷ୍ଟ କେନ୍ଦ୍ର କର୍କଟ ରୋଗୀଙ୍କୁ ମାଗଣା ବିଶେଷ ଚିକିତ୍ସା ସେବା ଯୋଗାଇବ, ଯାହା ସେମାନଙ୍କୁ ଯନ୍ତ୍ରଣାରୁ ମୁକ୍ତି ଏବଂ ରୋଗର ଶେଷ ପର୍ଯ୍ୟାୟର ଅନ୍ୟ ଲକ୍ଷଣରୁ ମୁକ୍ତି ଦେବ l ଓଡ଼ିଶା ସରକାର ଏହି କେନ୍ଦ୍ର ପାଇଁ ରିହାତି ମୂଲ୍ୟରେ ଜମି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score