ଭୁବନେଶ୍ବର: ସମ୍ବଲପୁରୀ ନୃତ୍ୟ ସହିତ ନାଚୁଛି ଚଇତି ଘୋଡ଼ା ଶୁଭୁଛି ବୀରବାଦ୍ୟ ଘୁମୁରା ଦୁଲୁକିଲା ପରିବେଶ l ଓଡ଼ିଶା ମାଟିରେ ପାଦ ଦେଉ ଦେଉ, ନିଜ ପାଦକୁ ରୋକି ପାରୁନାହାନ୍ତି ଅତିଥି । ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଛୁଟୁଛି ଓଡ଼ିଆ ଖାଦ୍ୟର ଛୁଙ୍କ । ଏୟାରପୋର୍ଟରେ ବିଶାଳ ସ୍ଵାଗତଠୁ ରାଜଧାନୀର ସୁସଜ୍ଜିତ ରାସ୍ତାଘାଟ, ଏବଂ ଜନତା ମୈଦାନରେ ଭବ୍ୟ ଆୟୋଜନ । ସବୁଠି ଓଡ଼ିଆ କଳା ସଂସ୍କୃତି ଓ ପରମ୍ପରାରର ଝଲକ ଦେଖିବାକୁ ମିଳୁଛି l ବିଦେଶରେ ରହୁଥିବା ଭାରତୀୟଙ୍କୁ ଓଡ଼ିଆ କଳା, ସଂସ୍କୃତି, ପରମ୍ପରା ଓ ଇତିହାସ ସମ୍ପର୍କରେ ସଚେତନ କରୁଛି ବିଭିନ୍ନ ଆକର୍ଷଣୀୟ ପାଭିଲିୟନ ଓ ପ୍ରଦର୍ଶନୀ । ଆଉ ତା ସହ ସ୍ବାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ, ପିଠା ଓ ମିଠାର ବି ଭରପୁର ମଜା ନେଉଛନ୍ତି ଅତିଥି l
ଭୁବନେଶ୍ବର ବିମାନବନ୍ଦର ଟର୍ମିନାଲରୁ ରାଜଧାନୀର ରାସ୍ତାଘାଟ। ପବନରେ ଦୋଳି ଖେଳୁଛି ରଙ୍ଗବେରଙ୍ଗର କପଡ଼ା ଚାନ୍ଦୁଆ। ବାଟ କଢ଼ାଇ ନେଉଛି ଜନତାମୈଦାନ ଯାଏଁ । ଶୋଭା ପାଉଛି ମହାପ୍ରଭୁ ଶ୍ରୀଜନ୍ନାଥଙ୍କ ବାଲୁକା ବିଗ୍ରହ। ଏହି ଆକର୍ଷଣୀୟ ବାଲୁକା କଳାକୃତି ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |