ରାଜ୍ଯରେ ଆରମ୍ଭ ଆରମ୍ଭ ହୋଇଛି ପଞ୍ଚମ ଚିଲିକା ବିହଙ୍ଗ ମହୋତ୍ସବ । ଏହି ସାତଦିନିଆ ମହୋତ୍ସବକୁ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏଥର ରାଜ୍ୟରେ ଏକ ଅଦ୍ଭୁତ ସଂଯୋଗ ହୋଇଛି । ବିହଙ୍ଗ ଅତିଥି ହୋଇ ଆସିବେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ଘୋଷଣା କରିଛନ୍ତି l ବିଦେଶାଗତ ପକ୍ଷୀଙ୍କ ପାଇଁ ହେବ ବାର୍ଡ ମ୍ୟୁଜିୟମ । ଚିଲିକା, ବରକୂଳ କିମ୍ବା ନଳବଣ କେଉଁ ସ୍ଥାନରେ ହେବ ସେ ନେଇ ବିଭାଗ ତରଫରୁ ବିଚାର ଚାଲୁଛି। ଏଥିପାଇଁ ଚିଲିକା ବିକାଶ କର୍ତ୍ତୁପକ୍ଷଙ୍କ ସହ ପର୍ଯ୍ୟଟନ ବିଭାଗ ମିଶି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି । ପ୍ରବାସୀ ଭାରତୀୟ ସମ୍ମିଳନୀରେ ଏନେଇ ଅତିଥି ଆସୁଛନ୍ତି । ଓଡିଶାକୁ ଉପସ୍ଥାପନା କରିବାର ଏହା ବଡ଼ ସୁଯୋଗ ମିଳିବ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଯେତିକି ପ୍ରସ୍ତୁତ ନଳବଣକୁ ଆସିବାକୁ ଥିବା ୧୦ ଲକ୍ଷ ପକ୍ଷୀଙ୍କୁ ସ୍ୱାଗତ ପାଇଁ ବି ସେତିକି ପ୍ରସ୍ତୁତ ।
ପ୍ରବାସୀଙ୍କୁ ଚିଲିକାର ସୌନ୍ଦର୍ଯ୍ୟ ଦେଖିବାର ସୁଯୋଗ ମିଳିବ । ଚଳିତଥର ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସଡ଼ର । ଚିଲିକା ବିହଙ୍ଗ ମହୋତ୍ସବ ପାଇଁ ଜଙ୍ଗଲ ଓ ପର୍ଯ୍ୟଟନ ବିଭାଗ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରବାସୀଙ୍କ ଦ୍ୱାରା ସାରା ବିଶ୍ୱରେ ଚିଲିକାର ପ୍ରଚାର ପାଇଁ ଯୋଜନା କରିଛନ୍ତି ସରକାର । ପ୍ରତିବର୍ଷ ଡିସେମ୍ବରରୁ ଫେବୃୟାରୀ ଏହି ତିନି ମାସ ଭିତରେ ଲକ୍ଷ ଲକ୍ଷ ପକ୍ଷୀ ଋଷିଆ, ସାଇବେରିଆ, ମଙ୍ଗୋଲିଆ ଭଳି ଦେଶରୁ ଚିଲିକାକୁ ଆସିଥାନ୍ତି । ଚିଲିକା ଓ ଏହା ସହ ଜଡ଼ିତ ପକ୍ଷୀ, ଡ଼ଲଫିନ ଏବଂ ପର୍ଯ୍ୟଟନର ପ୍ରଚାର କରିବା ପାଇଁ ଏହି ଉତ୍ସବ ପାଳନ କରାଯାଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |