Explore

Search

January 8, 2025 2:48 am

Genres

ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା ; ରାଜଧାନୀରେ ଚାଲିଛି କାଠ ରାମ୍ପ ନିର୍ମାଣ

ପୁରୀ: ପର୍ଯ୍ୟଟକଙ୍କ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ନାଟମଣ୍ଡପରେ ଆରମ୍ଭ ହେବାକୁ ଯାଉଛି ଧାଡ଼ିଦର୍ଶନ ବ୍ୟବସ୍ଥା । ନୂଆବର୍ଷ ଭିଡ଼କୁ ଆଖି ଆଗରେ ରଖି ଏହି ବ୍ୟବସ୍ଥାକୁ ଘୁଞ୍ଚାଇ ଦିଆଯାଇଛି । ଚଳିତ ମାସ ୨୦ ତାରିଖ ପରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରାଯାଉଛି । ସେପଟେ ଏହି ନୂଆ ବ୍ୟବସ୍ଥା ପୂର୍ବରୁ ଭୁବନେଶ୍ବରରେ କାଠ ରାମ୍ପ୍‌ ନିର୍ମାଣ ଚାଲିଛି l 

ସେପଟେ ଏହି ନୂଆ ବ୍ୟବସ୍ଥା ପୂର୍ବରୁ ଭୁବନେଶ୍ବରରେ କାଠରାମ୍ପ୍‌ ନିର୍ମାଣ ଚାଲିଛି । ଦିଲ୍ଲୀପ ଖଟେଇ ଏହି କାମ ନେଇଛନ୍ତି ଓ କାଠ ରାମ୍ପ୍‌ ନିର୍ମାଣ କରୁଛନ୍ତି ବୋଲି ଜଣାପଡ଼ିଛି । ସିଡି ଭଳି ଏକାଧିକ କାଠକୁନ୍ଦରେ ଏହି ରାମ୍ପ୍‌ ନିର୍ମାଣ କରାଯାଉଛି । ମଝିରେ ସାଦା ପଟା ଲଗାଯାଇଥିବା ବେଳେ ଦୁଇପାର୍ଶ୍ବରେ କାଠକୁନ୍ଦ ସବୁ ଲାଗିଛି । ନାଟମଣ୍ଡପର ନୂଆ ଧାଡ଼ିଦର୍ଶନ ବ୍ୟବସ୍ଥାରେ ଭକ୍ତମାନେ ସାତପାହାଚଠାରୁ ନାଟମଣ୍ଡପରେ ପ୍ରବେଶ ପରେ ଗରୁଡ଼ସ୍ତମ୍ଭଙ୍କୁ ମୁଣ୍ଡିଆ ମାରି ହୁଣ୍ଡି ଥିବା ସ୍ଥାନରୁ ଧାଡ଼ିରେ ପ୍ରବେଶ କରିବେ। ଭକ୍ତଙ୍କ ପାଇଁ ୬ଟି ଧାଡ଼ି କରାଯିବ । ପ୍ରଥମ ତିନିଧାଡ଼ି ମହିଳା, ବୃଦ୍ଧବୃଦ୍ଧା, ଶିଶୁ ଆଦିଙ୍କ ପାଇଁ ରହିବ। ଅବଶିଷ୍ଟ ତିନିଧାଡ଼ି ପୁରୁଷଙ୍କ ପାଇଁ ରହିବ । ପ୍ରତି କାଠରାମ୍ପ୍‌ର ଉଚ୍ଚତା ଅନ୍ୟଠାରୁ ୪ ଇଞ୍ଚ ଉଚ୍ଚରେ ରହିବ । ସେହି ଅନୁସାରେ ଆଗରେ ଭକ୍ତମାନେ ରହିଲେ ବି କାଠରାମ୍ପ୍‌ରେ ଯାଉଥିବା ଭକ୍ତ ମହାପ୍ରଭୁଙ୍କୁ ଦର୍ଶନରେ ଯେପରି କୌଣସି ଅସୁବିଧା ହେବନି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score