Explore

Search

October 16, 2025 11:51 am

Genres

୨୦୨୪ରେ ପୁରୀ, ବାରାଣସୀ, ହରିଦ୍ଵାରକୁ ଆସିଛନ୍ତି ସର୍ବାଧିକ ତୀର୍ଥଯାତ୍ରୀ – ଓୟୋ ‘ଟ୍ରାଭେଲୋପିଡିଆ’-୨୦୨୪ ରିପୋର୍ଟ

OYO Travelopedia 2024 report

ନୂଆଦିଲ୍ଲୀ: ଚଳିତବର୍ଷ ଡିସେମ୍ବର ମାସ ସୁଦ୍ଧା ପୁରୀ, ବାରାଣସୀ ଓ ହରିଦ୍ଵାର ଭଳି ଧାର୍ମିକ ସ୍ଥଳକୁ ଚଳିତବର୍ଷ ସର୍ବାଧିକ ତୀର୍ଥଯାତ୍ରୀ ଆସିଛନ୍ତି । ଗୋବର୍ଦ୍ଧନ ଓ ଦେଓଘର ପରି ପର୍ଯ୍ୟଟନସ୍ଥଳୀ ଲୋକପ୍ରିୟ ହେବାରେ ଲାଗିଛି। ସେହିପରି ହାଇଦ୍ରାବାଦ ସହରକୁ ସର୍ବାଧ‌ିକ ପର୍ଯ୍ୟଟକ ବୁଲିବାକୁ ଯାଇଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଉତ୍ତର ପ୍ରଦେଶ ଭଳି ସର୍ବାଧିକ ଜନବହୁଳ ରାଜ୍ୟର ଲୋକ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଭ୍ରମଣ କରିଥିବାବେଳେ ମହାରାଷ୍ଟ୍ର, ତେଲଙ୍ଗାନା ଓ କର୍ଣ୍ଣାଟକର ଲୋକ ମଧ୍ୟ ଭ୍ରମଣପ୍ରିୟ ପାଲଟିଛନ୍ତି।

ନିକଟରେ ପ୍ରକାଶ ପାଇଥିବା ଓୟୋ ‘ଟ୍ରାଭେଲୋପିଡିଆ’-୨୦୨୪ ରିପୋର୍ଟ ଅନୁଯାୟୀ, ଆଧ୍ୟାତ୍ମିକ କ୍ଷେତ୍ର ଓଡ଼ିଶାର ପୁରୀ, ଉତ୍ତର ପ୍ରଦେଶର ବାରାଣସୀ ଓ ଉତ୍ତରାଖଣ୍ଡର ହରିଦ୍ଵାରକୁ ସର୍ବାଧିକ ତୀର୍ଥଯାତ୍ରୀ ଆସିଛନ୍ତି। ସେହିପରି ଉତ୍ତର ପ୍ରଦେଶର ଗୋବର୍ଦ୍ଧନ, ଝାଡ଼ଖଣ୍ଡର ଦେଓଘର ଓ ତାମିଲନାଡ଼ୁର ପଲାଣୀ ପରି ସ୍ଥାନ ଲୋକପ୍ରିୟ ହେବାରେ ଲାଗିଛି। ଡିସେମ୍ବର ୨୪ରେ ଜାରି ହୋଇଥ‌ିବା ‘ଟ୍ରାଭେଲୋପିଡିଆ’ ରିପୋର୍ଟ ଅନୁଯାୟୀ, ଭବିଷ୍ୟତର ଟେକ୍ନୋଲୋଜି ବିକଶିତ ସହର ଦିଗକୁ ଅଗ୍ରସର ହେଉଥ‌ିବା ହାଇଦରାବାଦକୁ ୨୦୨୪ରେ ଦେଶର ସର୍ବାଧିକ ଯାତ୍ରୀ ଆସିଛନ୍ତି। ଏହା ପଛକୁ ବେଙ୍ଗାଲୁରୁ, ଦିଲ୍ଲୀ ଓ କୋଲକାତା ରହିଛନ୍ତି। ଦେଶର ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶର ଲୋକ ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ଭ୍ରମଣ କରିଥିବାବେଳେ ଏହି ତାଲିକାରେ ମହାରାଷ୍ଟ୍ର, ତେଲେଙ୍ଗାନା ଓ କର୍ଣ୍ଣାଟକ ମଧ୍ଯ ରହିଛି। ଅନ୍ୟପକ୍ଷରେ ଛୋଟ ସହରକୁ ଯାତ୍ରୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ସେହିପରି ଜୟପୁର ଏକ ପସନ୍ଦର ଗନ୍ତବ୍ୟସ୍ଥଳ ଭାବରେ ଏହାର ସ୍ଥିତି ବଜାୟ ରଖିଛି ଏବଂ ଅନ୍ୟ ଲୋକପ୍ରିୟ ସ୍ଥାନ ଗୋଆ, ପୁଡୁଚେରୀ ଏବଂ ମହୀଶୂର ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score