ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଖୁବ୍ ଶୀଘ୍ର ତାଙ୍କ ପ୍ରେମିକା ଲରେନ୍ ସାଞ୍ଚେଜଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ବିବାହ କଲୋରାଡୋର ଆସ୍ପେନରେ ଅନୁଷ୍ଠିତ ହେବ ଏବଂ ଏହା ବିଶ୍ୱର ସବୁଠାରୁ ଭବ୍ୟ ବିବାହ ହେବ ବୋଲି କୁହାଯାଉଛି l ଏହି ରିପୋର୍ଟ ଅନୁଯାୟୀ, ଏହି ବିବାହପାଇଁ ୬୦୦ ମିଲିୟନ ଡଲାର ଅର୍ଥାତ ୫୦୯୬ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ । ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଜେଫ୍ ବେଜୋସ୍ ଏବଂ ଲରେନ୍ ସାଞ୍ଚେଜଙ୍କ ବିବାହ ଆସନ୍ତା ଶନିବାର ଅନୁଷ୍ଠିତ ହେବ। ତେବେ ବେଜୋସ୍ କିମ୍ବା ସାଞ୍ଚେଜ୍ ଙ୍କ ପକ୍ଷରୁ ବିବାହ ତାରିଖ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ ।
ଏହି ଭବ୍ୟ ବିବାହରେ ଅନେକ ହାଇପ୍ରୋଫାଇଲ ସେଲିବ୍ରିଟି ଯୋଗ ଦେବାର ସମ୍ଭାବନା ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବିବାହରେ ବିଲ୍ ଗେଟ୍ସ, ଲିଓନାର୍ଡୋ ଡିକାପ୍ରିଓ ଏବଂ ଜୋର୍ଡାନର ରାଣୀ ରାନିଆଙ୍କ ଭଳି ସେଲିବ୍ରିଟି ଯୋଗ ଦେଇପାରନ୍ତି ।
ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ପାଇଁ ପାର୍ଟି ପ୍ଲାନରମାନଙ୍କୁ ଏକ ନନ୍-ଡିସ୍କ୍ଲୋଜର ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପଡିଛି, ଯାହା ଦ୍ୱାରା ବିବାହ ସମ୍ବନ୍ଧୀୟ ସମସ୍ତ ବିବରଣୀ ସାର୍ବଜନୀନ କରିପାରିବେ ନାହିଁ । ଆସ୍ପେନରେ ଆୟୋଜିତ ଏହି ବିବାହକୁ ସ୍ପେଶାଲ କରିବା ପାଇଁ ସାରା ବିଶ୍ୱରୁ ବଛାବଛା ଜିନିଷ ମଗାଯିବ ।
ଆସ୍ପେନ୍ ୱେଡିଂ ପ୍ଲାନର କହିଛନ୍ତି ଯେ ଏହି ଦମ୍ପତିଙ୍କ ପ୍ରିୟ କେକ୍ ପ୍ୟାରିସରୁ ଅଣାଯିବ, ହେୟାର ଷ୍ଟାଇଲିଷ୍ଟଙ୍କୁ ନ୍ୟୁୟର୍କରୁ ଅଣାଯିବ ଏବଂ ସେମାନଙ୍କ ପ୍ରିୟ ମ୍ୟୁଜିକ୍ ବ୍ୟାଣ୍ଡ ଏହି କାର୍ଯ୍ୟକ୍ରମରେ ସଂଙ୍ଗୀତ ପରିବେଷଣ କରିବେ l
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |