ଭୁବନେଶ୍ବର: ଆସନ୍ତା ୨୨ ତାରିଖରୁ ଝୁମିବେ ଭୁବନେଶ୍ବର ବାସିନ୍ଦା ଓ ଦୁଲୁକିବ ଜନପଥ। ବିଏମ୍ସି ପକ୍ଷରୁ ଆୟୋଜିତ ହେବ ପଥଉତ୍ସବ । ନାଚ, ଗୀତ ଓ ଖେଳକୁଦରେ ମତୁଆଲା ହେବେ ସହରବାସୀ । ବିଗତ ବର୍ଷଗୁଡିକଠାରୁ ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥଉତ୍ସବ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଏମ୍ସି କର୍ତ୍ତୃପକ୍ଷ । ଏନେଇ ମେୟର ସୁଲୋଚନା ଦାସ ଏବଂ କମିଶନର ରାଜେଶ ପ୍ରଭାକର ପାଟିଲ ନିର୍ଦ୍ଦେଶ ଦେଇଛନ୍ତି। ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ଯାଏ ସକାଳ ୬.୩୦ରୁ ୯.୩୦ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ l
ଏଥି ସହିତ ପ୍ରବାସୀ ଭାରତୀୟ ଦିବସକୁ ଧୁମ୍ଧାମ୍ରେ ପାଳନ କରାଯିବ । ଆଗରୁ ଭୁବନେଶ୍ୱର ଭାଇବ୍ସ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୨ ତାରିଖରେ ଚଳିତ ବର୍ଷର ପ୍ରଥମ ପଥଉତ୍ସବ ହେବ । ମାଷ୍ଟରକ୍ୟାଣ୍ଟିନ୍ ଛକରୁ ରାମମନ୍ଦିର ମଧ୍ୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ହେବ । ମାଷ୍ଟର କ୍ୟାଣ୍ଟିନଠାରେ ମୁଖ୍ୟ ମଞ୍ଚ ଏବଂ ରାମ ମନ୍ଦିର ନିକଟରେ ଦ୍ୱିତୀୟ ମଞ୍ଚ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି । ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ୍, ଲୁଡୁ, କୁଇଜ୍, ରଙ୍ଗୋଲୀ, ମ୍ୟାଜିକ୍ ସୋ, କ୍ଲେ ଆର୍ଟ, ଫେସ୍ ପେଣ୍ଟିଂ, ଜୁମ୍ବା ଆଦି ଦେଖିବାକୁ ମିଳିବ । ସକାଳ ୬.୩୦ରୁ ୯.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଯେଉଁମାନେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ନମ୍ବର ବା ଲିଙ୍କ୍ ଖୁବ୍ଶୀଘ୍ର ଜାରି ହେବ । ଡିସେମ୍ବର ୨୨ରେ ଦକ୍ଷିଣ-ପଶ୍ଚିମ ଜୋନ ଓ ଜାନୁଆରୀରେ ଅନ୍ୟ ଦୁଇଟି ଜୋନ୍ରେ ପଥୋତ୍ସବ ହେବ ବୋଲି କମିଶନର କହିଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |