ପ୍ରୟାଗରାଜ/ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ରାଜ୍ଯରେ ଖୁବଶୀଘ୍ର ଆରମ୍ଭ ହେବାକୁ ପବିତ୍ର ମହାକୁମ୍ଭ ମେଳା l ତେବେ ଦେଶ ଓ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି l
ଏଥି ପାଇଁ ସରକାର ୫ହଜାର କୋଟି ଟଙ୍କାର ବଜେଟ୍ ରଖିଛନ୍ତି । ଏଥିରୁ ୪୦ କୋଟି ଟଙ୍କା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବାର ବ୍ୟବସ୍ଥା କରାଯାଇଛି । ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ସମାଗମ ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ରେଳ ଯାତ୍ରୀଙ୍କ ପାଇଁ ମାଗଣା ରେଳ ସେବା ଯୋଗାଇ ପାରନ୍ତି ୟୁପି ସରକାର । ଏନେଇ ବିଶେଷ ଆଲୋଚନା ଚାଲିଛି । ଜାନୁଆରୀ ୧୩ ତାରିଖରୁ ଫେବ୍ରୁଆରୀ ୨୬ ତାରିଖ ଯାଏଁ ଚାଲିବ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଯଦି ରେଳ ସେବା ମାଗଣା କରାଯାଏ ତେବେ ଏହାଦ୍ୱାରା ଶ୍ରଦ୍ଧାଳୁମାନେ ନିଶ୍ଚିତ ଭାବେ ଉପକୃତ ହେବେ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |