କୋରାପୁଟ: ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ l ଆଜି ସନ୍ଧ୍ୟାରେ କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ ‘ପରବ’ର ଶୁଭାରମ୍ଭ ହେବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନୂତନ ‘ପରବ’ ପଡ଼ିଆର ଲୋକାର୍ପଣ କରିବା ସହ ମୁଖ୍ୟ ସମାରୋହକୁ ଉଦଘାଟନ କରିବେ। କୋରାପୁଟ ଜିଲ୍ଲାର ସାଂସଦ, ବିଧାୟକ ଓ ଜିଲ୍ଲାପାଳ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l
ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତରେ ପହଁଞ୍ଚିଛି । ସୂଚନାନୁଯାୟୀ, ଶନିବାର ଅପରାହ୍ନ ୩ଟାରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଠାରୁ ବିମାନ ଯୋଗେ ଆସି ଜୟପୁର ବିମାନ ବନ୍ଦରଠାରେ ଓହ୍ଲାଇବେ। ବିମାନ ବନ୍ଦରରୁ ଶ୍ରୀ ମାଝୀ ସଡ଼କ ପଥରେ କୋରାପୁଟ ଆସି ସ୍ବତନ୍ତ୍ର ସର୍କିଟ ହାଉସରେ ପହଞ୍ଚି କିଛି ସମୟ ବିଶ୍ରାମ ନେବେ।
ସନ୍ଧ୍ୟା ୬ଟା ୩୦ ଠାରୁ ରାତି ୯ଟା୩୦ ଯାଏ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ‘ପରବ’ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏହା ପରେ ସ୍ବତନ୍ତ୍ର ସର୍କିଟ ହାଉସରେ ରାତ୍ରିଯାପନ କରିବେ। ସେହିପରି ‘ପରବ’ ଉପଲକ୍ଷେ କୋରାପୁଟ ସହର ଓ ଜାତୀୟ ରାଜପଥରେ ମାଇବାହୀ ଭାରୀଯାନ ଚଳାଚଳ ବନ୍ଦ କରାଯାଇଥିବା ଜଣାପଡ଼ିଛି।
![vandeutkal](https://vandeutkal.com/wp-content/uploads/2024/07/imresizer-1721044359751_uwp_avatar_thumb.jpg)
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |