Explore

Search

February 22, 2026 12:34 am

ଆ-କା-ମା-ବୈ ସ୍ଵରରେ ଜମୁଛି କାର୍ତ୍ତିକ ପୂର୍ଣ୍ଣିମା ବୋଇତ ଭସାଣ

Kartik Purnima

ରାଜ୍ୟ: ସକାଳୁ ସକାଳୁ ଆଜି ପାନ,ପତ୍ର ,ଗୁଆ,ଚାଉଳ,ଦୀପ ,ଡଙ୍ଗା ସହିତ ଆ-କା-ମା-ବୈ ଗୁଆ ପାନ ଥୋଇ ଧ୍ବନିରେ ଭକ୍ତିପୂତ ପରିବେଶ ଦେଖିବାକୁ ମିଳିଛି l ଆଜି ସମଗ୍ର ରାଜ୍ୟରେ ପାଳନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା l ସାଧବ ପୁଅମାନଙ୍କ ବାଣିଜ୍ଯ ସ୍ମୃତିକୁ ମନେପକାଇ ରାଜ୍ୟର ପ୍ରମୁଖ ଜଳାଶୟ ମାନଙ୍କରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଥିବା ବେଳେ ଏହି ଅବସରରେ ବିଭିନ୍ନ ପ୍ରମୁଖ ପୁଷ୍କରିଣୀ, ନଦୀ ତଥା କୁଆଖାଇ ପଠା, ଗଡଗଡିଆ ଘାଟ, ପୁରୀ ନରେନ୍ଦ୍ର ପୁଷ୍କରିଣୀ, ବିନ୍ଦୁସାଗରରେ ଲୋକମାନେ ଭୋର୍ ରୁ ଉଠି ନିଜର ପରିବାର ସହିତ ଡଙ୍ଗା ଭସାଇବାରେ ଲାଗିଛନ୍ତି l ଏଥିଲାଗି ରାଜ୍ୟର ସମସ୍ତ ପୀଠରେ ଥିବା ଜଳଶୟ ମାନଙ୍କରେ ଡଙ୍ଗାଭସା ଯୋଗୁଁ ଦେଖିବାକୁ ମିଳୁଛି l ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ମଧ୍ଯ କରାଯାଇଛି l

ଆଜି ଶ୍ରୀମନ୍ଦିରରେ ଦେବ ଦୀପାବଳି ନୀତି ହେତୁ ଭକ୍ତଙ୍କ ଭିଡ ମଧ୍ଯ ଲାଗି ରହିଛି l ଅନ୍ୟପକ୍ଷରେ ପାରାଦୀପ ବନ୍ଦରରେ ଆଜି ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳନ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଥିଲେ l ଏହି ଅବସରରେ ‘ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ବହୁ ପୁରୁଣା ହୋଇଥିବା ସହିତ ନୌବାଣିଜ୍ୟରେ ଭାରତ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି l ଯାହାଫଳରେ ପାରଦୀପ ବନ୍ଦର ପ୍ରଗତିର ମୁଖଶାଳା’ ବୋଲି ମୁଖ୍ୟମନ୍ତ୍ରୀ ବ୍ୟକ୍ତ କରିଥିଲେ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score