Explore

Search
Close this search box.

Search

November 22, 2024 7:28 am

Genres

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଡାକ୍ତର ଅର୍ଚ୍ଚନା ବାରିକଙ୍କୁ ମିଳିଲା ଅନ୍ତର୍ଜାତୀୟ ସଫଳତା

Archna Barik

ଭୁବନେଶ୍ବର: ଅନ୍ତର୍ଜାତୀୟ ବୃତ୍ତିଗତ ସ୍ୱାସ୍ଥ୍ୟ ଆୟୋଗର ସଦସ୍ୟ ରୂପରେ ଓଡିଶାରୁ ପ୍ରଥମ ଡାକ୍ତର ରୂପେ ମନୋନୀତ ହୋଇଛନ୍ତି ଅର୍ଚ୍ଚନା ବାରିକ l ଯିଏକି ବିଶ୍ୱର ଅଗ୍ରଣୀ ଅନ୍ତର୍ଜାତୀୟ ବୈଜ୍ଞାନିକ ସୋସାଇଟି ସହିତ କାର୍ଯ୍ୟ କରିଥିଲେ, ଯାହା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ, ମିଳିତ ଜାତିସଂଘ ଏବଂ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ସହିତ ମିଶି ଘନିଷ୍ଠ ଭାବରେ କାର୍ଯ୍ୟ କରିଥାଏ l

ଅର୍ଚ୍ଚନା କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏମବିବିଏସ ସମାପ୍ତ କରିବା ପରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ଆଣ୍ଡ ଫ୍ୟାମିଲି ୱେଲଫେୟାରରୁ ହସ୍ପିଟାଲ ମ୍ୟାନେଜମେଣ୍ଟ ଏବଂ ଖ୍ରୀଷ୍ଟିଆନ ମେଡିକାଲ କଲେଜ ଭେଲୋରରୁ ଫ୍ୟାମିଲି ମେଡିସିନ୍‌ରେ ସ୍ନାତକୋତ୍ତର ଡିପ୍ଲୋମା କରିଥିଲେ। ଶ୍ରୀମତୀ ବାରିକ ବର୍ତ୍ତମାନ ଆଇସିଏମଆର-ଆରଏମଆରସି ଭୁବନେଶ୍ୱରରୁ ଜନସ୍ୱାସ୍ଥ୍ୟରେ ସ୍ନାତକୋତ୍ତର କରୁଛନ୍ତି l

ନିଜର ସମାଜମଙ୍ଗଳକାରୀ କାର୍ଯ୍ୟ ଏବଂ ଦକ୍ଷ ନେତୃତ୍ୱ ପାଇଁ ଜଣାଥିବା ଡାକ୍ତର ବାରିକ ଓଡିଶାର ଜନସ୍ୱାସ୍ଥ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି l ସେ ମହାମାରୀ ସମୟରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ପାଇଁ ମୁଖ୍ୟ ସଂଯୋଜକ ଭାବରେ ନିଜର ଭୂମିକା ଗ୍ରହଣ କରିବା ସହିତ ରାଉରକେଲାରେ ପ୍ରଥମ ଥର ପାଇଁ ଟେଲି ମେଡିସିନ୍ ସେବା ଆରମ୍ଭ କରିଥିଲେ।

ଏଥିସହ, ରାଉରକେଲା ମହାନଗର ନିଗମରେ ତାଙ୍କର ଉତ୍ସର୍ଗୀକୃତ ଉଦ୍ୟମ ଯାହା ସହରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିପାରିଛି ଏବଂ ସହରରେ ସ୍ୱାସ୍ଥ୍ୟସେବା ସୁବିଧା ଓ କାର୍ଯ୍ୟକ୍ରମକୁ ବ୍ୟାପକ ରୂପରେ ପହଞ୍ଚାଇପାରିଛି l

ଅର୍ଚ୍ଚନା ବାରିକ ନିଜ ସଫଳତା ପାଇଁ ତାଙ୍କର ପରିବାର ସଦସ୍ୟଙ୍କୁ, ବିଶେଷକରି ତାଙ୍କ କ୍ୟାରିୟର ଅଭିଳାଷ ପୂରଣ କରିବା ପାଇଁ ଛିଡା ହୋଇଥିବା ସ୍ୱାମୀ ସନ୍ଦୀପ ବଂଶଲ , (ରାଉରକେଲା ଇସ୍ପାତ କାରଖାନା ) ଡିଜିଏମ ଭିଜିଲାନ୍ସ ଏବଂ ତାଙ୍କ ଝିଅଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଥିଲେ। ନିଜର ମାର୍ଗଦର୍ଶକ ଡକ୍ଟର ଶ୍ରୀକାନ୍ତ କାନୁନଗୋ ଏବଂ ଆଇସିଏମଆର-ଆରଏମଆରସି ଭୁବନେଶ୍ୱରର ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କୁ
ମଧ୍ଯ କୃତଜ୍ଞତା ପ୍ରକାଶ କରିଛନ୍ତି l

ଡକ୍ଟର ବାରିକ ଦୃଢ ଭାବରେ ବିଶ୍ବାସ କରନ୍ତି ଯେ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଇ.ଏସ୍.ଆଇ.ସି ସହିତ ତାଙ୍କର କାର୍ଯ୍ୟ ଖୁବ୍ ନିକଟରୁ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ବୃତ୍ତିଗତ ସମସ୍ୟା ତଥା ଶ୍ରମ ଆଇନ, ନୀତି ଏବଂ ସର୍ବୋତ୍ତମ ଅଭ୍ୟାସ ବିଷୟରେ ଅଭିଜ୍ଞତା ଓ ବୃତ୍ତିଗତ ସୁରକ୍ଷା ଏବଂ ସ୍ୱାସ୍ଥ୍ୟର ମହତ୍ତ୍ୱ ବିଷୟରେ ଜାଣିବାର ସୁଯୋଗ ମଧ୍ଯ ମିଳିଲା l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score