ଚଳିତ କ୍ରିକେଟ ସିଜିନରେ ପୂର୍ବରୁ ଚାଲି ଆସୁଥିବା ଇମ୍ପାକ୍ଟ ପ୍ଲେୟାର’ ବ୍ୟବସ୍ଥାକୁ ରଦ୍ଦ କରିବାର ନିଷ୍ପତ୍ତି ବିସିସିଆଇ ପକ୍ଷରୁ ନିଆଯାଇଛି l ତେବେ ସୋମବାର ରାଜ୍ୟ କ୍ରିକେଟ ଆସୋସିଏସନକୁ ଜାତୀୟ କ୍ରିକେଟ ବୋର୍ଡ ସୂଚନା ଦେଇଛନ୍ତି l
ଏଥି ସହିତ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରୁ ଏହି ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇ ଦିଆଯାଇଛି। ମାତ୍ର ଏହି ନିୟମ ଆଇପିଏଲରେ ଲାଗୁ ରହିବ । ଆଇପିଏଲର ଆଗାମୀ ତିନି ସିଜିନ୍ ପାଇଁ ଏହି ଇମ୍ପାକ୍ଟ ପ୍ଲେୟାର ନିୟମ ବଳବତ୍ତର ରହିବ । ସୂଚନାଯୋଗ୍ୟ ଯେ ୨୦୨୨ରେ ବିସିସିଆଇ ଏହି ଇମ୍ପାକ୍ଟ ପ୍ଲେୟାର ନିୟମ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଲାଗୁ କରିଥିଲା ଏବଂ ପରେ ଏହାକୁ ୨୦୨୩ରେ ଇଣ୍ଡିଆନ୍ ପ୍ରିମିୟର ଲିଗରେ ମଧ୍ୟ କାର୍ଯ୍ୟକାରୀ କରିଥିଲା । ତେବେ ଚଳିତ ସିଜିନ ପାଇଁ ‘ଇମ୍ପାକ୍ଟ ପ୍ଲେୟାର’ ବ୍ୟବସ୍ଥାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିସିସିଆଇ ସୋମବାର ରାଜ୍ୟ କ୍ରିକେଟ ଆସୋସିଏସନକୁ ସୂଚନା ଦେଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |