Explore

Search
Close this search box.

Search

November 21, 2024 3:19 am

Genres

୧୬ତମ ବ୍ରିକ୍ସ ସମ୍ମିଳନୀରେ ଭାରତକୁ ପ୍ରତିନିଧିତ୍ଵ କରିବେ ପ୍ରଧାନମନ୍ତ୍ରୀ ମୋଦି

brics summit 2024

ରୁଷିଆରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରୁ ବିଦେଶ ଅଭିମୁଖେ ଯାତ୍ରା କରିଛନ୍ତି l ତେବେ ସୋସିଆଲ ମିଡିଆ ଏକ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନିଜର ଗସ୍ତ ଓ ଭାରତକୁ ନେଇ ସାମଗ୍ରିକ ଆଲୋଚନା କରିବା ଉପରେ ଗୁରୁତ୍ଵ ଦେବେ ବୋଲି ପୋଷ୍ଟ ମଧ୍ଯ କରିଥିଲେ l

କାଜାନରେ ଅକ୍ଟୋବର ୨୨ ରୁ ୨୪ ପର୍ଯ୍ୟନ୍ତ ହେବାକୁ ଥିବା ୧୬ତମ ବ୍ରିକ୍ସ ସମ୍ମିଳନୀ ରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଭାରତ, ରୁଷ, ଚୀନ୍ ଓ ଦକ୍ଷିଣ ଆଫ୍ରିକାର ଶୀର୍ଷ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଆସନ୍ତା କାଲି ଅର୍ଥାତ୍ ୨୩ ଅକ୍ଟୋବରରେ ବ୍ରିକ୍ସ ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ରାଷ୍ଟ୍ରମୁଖ୍ୟ ମାନଙ୍କୁ ନେଇ ଆୟୋଜିତ ନୈଶ୍ଯ ଭୋଜିରେ ଯୋଗଦେଇ ଭାରତକୁ ଫେରିବେ ମୋଦି l ତେବେ ଏହି ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଭାରତକୁ ନେଇ ଦ୍ୱିପାକ୍ଷିକ ବୈଠକ ଓ ଆଲୋଚନା କରିପାରନ୍ତି ମୋଦି ବୋଲି ଆଶା କରାଯାଉଛି l ମାତ୍ର ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସହ ମୋଦିଙ୍କର ଦ୍ୱିପାକ୍ଷିକ ଆଲୋଚନା ହେବ କି ନାହିଁ, ଏହାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି। ଏନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score