Explore

Search

January 15, 2026 9:07 pm

ଟ୍ରେନ ଟିକେଟ ବୁକିଂର ନିୟମରେ ପରିବର୍ତ୍ତନ :୧୨୦ ଦିନ ପରିବର୍ତ୍ତେ ଏଣିକି ୬୦ ଦିନ ପୂର୍ବରୁ ହେବ ଟିକେଟ ବୁକିଂ

train ticket news

ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନ୍ ଟିକେଟ୍ ବୁକିଂ ସମୟସୀମାରେ ପରିବର୍ତ୍ତନ କରାଯାଇଛି। ଏବେ ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ ଅଗ୍ରୀମ ଟ୍ରେନ୍ ଟିକେଟ୍ ବୁକିଂ କରିହେବ। ଏନେଇ ଗୁରୁବାର ରେଳବାଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ତେବେ ବିଦେଶୀ ଯାତ୍ରୀଙ୍କ ପାଇଁ ନିୟମ ଅପରିବର୍ତ୍ତିତ ରହିଛି। ସେମାନେ ପୂର୍ବ ଭଳି ଯାତ୍ରା କରିବାର ୩୬୫ ଦିନ ଅର୍ଥାତ୍ ବର୍ଷକ ପୂର୍ବରୁ ଟିକେଟ ବୁକିଂ କରିପାରିବେ। ନଭେମ୍ବର ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ। ଅକ୍ଟୋବର ୩୧ ଯାଏଁ ହୋଇଥିବା ବୁକିଂର ଏହା ଉପରେ କୌଣସି ପ୍ରଭାବ ପଡିବ ନାହିଁ । ତେବେ ତାଜ ଏକ୍ସପ୍ରେସ ଓ ଗୌମତୀ ଏକ୍ସପ୍ରେସ ଭଳି ଦିନରେ ଚାଲୁଥିବା କିଛି ଏକ୍ସପ୍ରେସ ଟ୍ରେନ୍ ପାଇଁ ଟିକେଟ୍ ବୁକିଂ ନିୟମରେ କିଛି ପରିବର୍ତ୍ତନ କରାଯାଇନାହିଁ।

ବର୍ତ୍ତମାନ ର୍ପଯ୍ୟନ୍ତ ଲୋକମାନେ ୧୨୦ ଦିନ ପୂର୍ବରୁ ଟିକେଟ ବୁକ୍ କରିବାର ସୁଯୋଗ ପାଇଥିଲେ । ଏହାଦ୍ବାରା ଟିକଟେ ବୁକିଂ ସମୟରେ କୌଣସି ସମସ୍ୟା ଦେଖାଯାଉ ନଥିଲା । ଆଗୁଆ ଟିକଟେ କରି ଶାନ୍ତିରେ ରହୁଥିଲେ ଯାତ୍ରୀ । କିନ୍ତୁ ୬୦ ଦିନ ସମୟ ସୀମା ହେତୁ ହଠାତ୍ ବୁକିଂ ପାଇଁ ତତ୍ପରତା ଦେଖାଦେଇପାରେ । ୱେଟିଂ ଟିକେଟ ପାଇଁ କନଫର୍ମ ହେବାର ସମ୍ଭାବନା ମଧ୍ୟ କମ୍ ରହିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score