Explore

Search

January 15, 2026 9:05 pm

ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ମୋହନ ସରକାରଙ୍କ ବଡ ଘୋଷଣା :ବର୍ଷକୁ ମିଳିବ ୫ ହଜାର

SC/ST SCOLARSHIP

ଚଳିତ ବର୍ଷରୁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଲାଗୁ ହେବ। ଏସ୍‌ସି/ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା ମିଳିବ। ଆଦିବାସୀ ପିଲାଙ୍କ ଡ୍ରପ ଆଉଟକୁ ନେଇ ଚିନ୍ତିତ ମୋହନ ସରକାର ଏକ ଯୋଜନା ଆଣିଛନ୍ତି। ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଆଦିବାସୀ ପିଲାଙ୍କୁ ପ୍ରୋତ୍ସାହନ ରାଶି ମିଳିବ। ଚଳିତ ବଜେଟରେ ଏହାକୁ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଜନଜାତି ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ । ଚଳିତ 2024-2025 ଆର୍ଥିକ ବର୍ଷରୁ ଲାଗୁ ହେବ “ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ” ପ୍ରୋତ୍ସାହନ ରାଶି ।

ପ୍ରସ୍ତାବିତ ହୋଇଥିବା ଚିଠି ଅନୁସାରେ “ଏହି ଯୋଜନା ପାଇବା ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ଅନୁସୂଚିତ ଜନଜାତି ବର୍ଗର ହେବା ଆବଶ୍ୟକ । ଏହା ସହିତ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ । ଯଦି ଛାତ୍ରଛାତ୍ରୀମାନଙ୍କୁ ପୂର୍ବରୁ ଅନ୍ୟ ଛାତ୍ରବୃତ୍ତି ମିଳୁଥିବ, ତେବେ ଏହି “ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା” ମଧ୍ୟ ମିଳିପାରିବ । ତେବେ ଆବେଦନ କରିବା ପାଇଁ ଛାତ୍ରଛାତ୍ରୀଙ୍କ ପରିବାରର ଆୟ ବର୍ଷକୁ ଅଢ଼େଇ ଲକ୍ଷ ଟଙ୍କାରୁ କମ ହୋଇଥିବା ଆବଶ୍ୟକ ।

ତେବେ ସୂଚନା ଥାଉ କି ଏହା ଦ୍ବାରା ଅଧାରୁ ପାଠପଢ଼ା ଛାଡୁଥିବା ଅନୁସୂଚିତ ଜନଜାତି ବର୍ଗଙ୍କ ସଂଖ୍ୟା କମିବ ନେଇ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଦିଆଯାଇଛି । ଏନେଇ ବିଦ୍ୟାର୍ଥୀମାନେ ଓଡ଼ିଶା ଷ୍ଟେଟ ସ୍କଲାରସିପ ପୋର୍ଟାଲରେ ଆବେଦନ କରିପାରିବେ । ରାଜ୍ୟରେ ଅଷ୍ଟମ ଓ ଦଶମ ପାସ୍ ପରେ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା କମାଇବା ପାଇଁ ରାଜ୍ୟ ସରକାରଙ୍କ ଏହା ଅଭିନବ ପଦକ୍ଷେପ । “ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା”ରେ ଆବେଦନ ପାଇଁ ଓଡ଼ିଶା ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ୍‌ରେ ସ୍ବତନ୍ତ୍ର ଏଣ୍ଟ୍ରି ସ୍କ୍ରିନର୍‌ ରହିବ । ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ଆବଶ୍ୟକ କାଗଜପତ୍ର ସହ ଏହି ମାଧ୍ୟମରେ ଆବେଦନ କରିବେ । ଯାଞ୍ଚ ପରେ ଶିକ୍ଷାନୁଷ୍ଠାନର ମୁଖ୍ୟ ଆବେଦନ ପତ୍ରକୁ ମଞ୍ଜୁର କରି ବିଭାଗକୁ ଅନଲାଇନରେ ପଠାଇବେ। ସମ୍ପୂର୍ଣ୍ଣ ଯାଞ୍ଚ ପରେ ପ୍ରତ୍ୟକ୍ଷ ଲାଭାର୍ଥୀ ସ୍ଥାନାନ୍ତରଣ ଯୋଜନା (Direct Beneficiary Transfer-DBT) ମାଧ୍ୟମରେ ଆକାଉଣ୍ଟକୁ ଟଙ୍କା ଯିବ । ଛାତ୍ରଛାତ୍ରୀଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା । ଏହି ସୂଚନା ଚିଠିରେ ଉଲ୍ଲେଖ ରହିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score