Explore

Search

February 25, 2026 11:08 am

ରସାୟନ ବିଜ୍ଞାନରେ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

Nobel Prize 2024

ରସାୟନ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାରକମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ଲାଗି ୩ ଜଣଙ୍କୁ ମିଳିବ ସମ୍ମାନଜନକ ନୋବେଲ। ସେମାନେ ହେଲେ ଡାଭିଡ ବକର, ଡେମିସ ହସାବିସ ଓ ଜନ ଏମ. ଜମ୍ପର। ଏନେଇ ଘୋଷଣା କରିଛି ରୟାଲ ସୁଇଡିସ ଏକାଡେମି। ଏହି ପୁରସ୍କାରର ଅଧା ଭାଗ କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ପାଇଁ ଡେଭିଡ ବେକରଙ୍କୁ ଦିଆଯିବ । ଏହା ସହିତ, ପ୍ରୋଟିନ୍ ସଂରଚନା ପୂର୍ବାନୁମାନ ପାଇଁ ଡେମିସ୍ ହାସାବିସ୍ ଏବଂ ଜନ୍ ଏମ୍. ଜମ୍ପରଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ।

୨୦୨୩ରେ ମଧ୍ୟ ୩ ଜଣଙ୍କୁ ରସାୟନ ବିଜ୍ଞାନରେ ନୋବେଲ ମିଳିଥିଲା। ମାଉଙ୍ଗି ଜି. ବାୱେନ୍ଦି, ଲୋଇସ୍ ଇ. ବ୍ରୁସ ଏବଂ ଆଲେକ୍ସି ଏଲ. ଏକିମୋଭଙ୍କୁ ନୋବେଲ ଦିଆଯାଇଥିଲା। ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ପ୍ରଦାନ କରାଯାଇଥାଏ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score