Explore

Search

February 25, 2026 11:11 am

ମେଡିସିନ କ୍ଷେତ୍ରରେ ଦୁଇ ଆମେରିକୀୟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

Nobel Prize 2024

ମେଡିସିନ ପାଇଁ ଘୋଷଣା ହୋଇଛି ୨୦୨୪ ନୋବେଲ ପୁରସ୍କାର। ଆମେରିକାର ଦୁଇ ବୈଜ୍ଞାନିକ ଭିକ୍ଟର ଆମବ୍ରୋସ୍ ଏବଂ ଗ୍ୟାରି ରୁଭକୁନ୍ ମେଡିସିନ ପାଇଁ ପାଇବେ ନୋବେଲ ପୁରସ୍କାରମାଇକ୍ରୋ RNA ଆବିଷ୍କାର ଓ ଜିନ୍ ନିୟନ୍ତ୍ରଣରେ ଏହାର ଭୂମିକା ନେଇ ଗବେଷଣା କରିଥିଲେ ଏମାନେ। ଏଥିପାଇଁ ଉଭୟଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରିବାକୁ ମନୋନୀତ କରାଯାଇଛି।

mRNA ର ଆବିଷ୍କାର ପରେ ମଣିଷ ସମେତ ପ୍ରାଣୀ ଜଗତର ଏକ ନୂଆ ଦିଶା ମିଳିଛି। ମାନବ ଜିନୋମରେ ହଜାରେ ଅଧିକ ମାଇକ୍ରୋ ଆରଏନଏ ରହିଥାଏ। ଜିନୋମର ବିକାଶ ଓ କାମ ପାଇଁ ଏହି ମାଇକ୍ରୋ ଆରଏନଏର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ପ୍ରାଣୀମାନଙ୍କ କୋଷିକାକୁ ଜିନ୍ ନିୟନ୍ତ୍ରଣ କରିବାରେ mRNAର ଭୂମିକା ନେଇ ଦୁଇ ବୈଜ୍ଞାନିକ ଭିକ୍ଟର ଓ ଗ୍ୟାରି ଗବେଷଣା କରିଥିଲେ। ସେମାନଙ୍କର ଆବିଷ୍କାର ଚିକିତ୍ସା ବିଜ୍ଞାନରେ ନୂଆ ଧାରା ସୃଷ୍ଟି କରିବ ବୋଲି ନୋବେଲ କମିଟି ପକ୍ଷରୁ କୁହାଯାଇଛି।

ସୁଇଡେନର ବିଶିଷ୍ଟ ବୈଜ୍ଞାନିକ ଆଲଫ୍ରେଡ୍ ନୋବେଲଙ୍କ ନାଁରେ ୧୯୦୧ ମସିହାରୁ ନୋବେଲ ପୁରସ୍କାର ଦିଆଯାଉଛି। ଡାଇନାମାଇଟ୍ ଆବିଷ୍କାର ପାଇଁ ପ୍ରସିଦ୍ଧ ନୋବେଲ। ସେ ହେଉଛନ୍ତି ନୋବେଲ ପୁରସ୍କାରର ପ୍ରତିଷ୍ଠାତା। ପ୍ରତିବର୍ଷ ଡିସେମ୍ଵର ୧୦ ତାରିଖରେ ନୋବେଲ ପୁରସ୍କାର ପ୍ରଦାନ କରାଯାଏ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score