Explore

Search

March 2, 2026 9:52 pm

ନିଯୁକ୍ତି ହେବେ AI ପ୍ରଫେସର :ପ୍ରଥମଥର କରି ସମ୍ବଲପୁର IIMରେ ଲାଗୁ ହେବ ଏହି ବ୍ୟବସ୍ଥା

AI Professor

ସମୟ ସହ ତାଳଦେଇ ଦିନକୁ ଦିନ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାର ପ୍ରତିକ୍ଷେତ୍ରରେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟବହାର ହଉ ଥିବା ଆମେ ଶୁଣିଥିଲୁ ମାତ୍ର ପ୍ରଥମଥର ପାଇଁ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ପ୍ରବେଶ କରିବାକୁ ଯାଉଛି ଏହି AI ଏହି କ୍ଷେତ୍ରରେ ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ରେକର୍ଡ କରିବାକୁ ଯାଉଛି ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ) ସମ୍ବଲପୁର। ସଂସ୍ଥାନରେ AI ପ୍ରଫେସରଙ୍କୁ ନିଯୁକ୍ତି କରାଯିବ। ସମ୍ବଲପୁର ‘ଆଇଆଇଏମ’ରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବେ ଏହି AI ପ୍ରଫେସର। ସହଜ ହେବ ପାଠପଢା ଓ କମ ସମୟରେ ଅଧିକ ଜ୍ଞାନ ଆହରଣ କରିବେ ବିଦ୍ୟାର୍ଥୀ। ସଂସ୍ଥାନର 10ବର୍ଷ ପୂର୍ତ୍ତି ଅବସରରେ ନିର୍ଦ୍ଦେଶକ ମହାଦେବ ପ୍ରାସାଦ ଜୟଶ୍ବାଲ ଏହି ସୂଚନା ଦେଇଛନ୍ତି। ଏହି ଟେକ୍ନୋଲୋଜି ରେ ଜଣେ ମାନବ ପ୍ରଫେସର ଅଥବା ଫାକଲ୍ଟୀଙ୍କୁ ରିପ୍ଲେସ କରିପାରିବା ଭଳି କ୍ଷମତା ରହିଛି।

ଏହି ଟେକ୍ନୋଲୋଜି ମାଧ୍ୟମରେ ଯେ କୌଣସି କେସ ଦେଲେ ଏହା ସେ ପ୍ରଥମେ ଏହାକୁ ଭିଡିଓରେ କନଭର୍ଟ କରିବ। ଭିଡ଼ିଓ ଶେଷହେବା ପରେ AI ପ୍ରଫେସର କୁଇଜ ଓ ପରୀକ୍ଷା ମାଧ୍ୟମରେ ମନିଟର କରି , ଛାତ୍ରଛାତ୍ରୀ କେତେ ପଢ଼ିଛନ୍ତି ଓ କେତେ ବୁଝିଛନ୍ତି ତାହା ଯାଞ୍ଚ କରିବେ। ଛାତ୍ରଛାତ୍ରୀଙ୍କର କୌଣସି ସ୍ଥାନରେ ଦ୍ଵନ୍ଦ ଥିଲେ ଏହି ଟେକ୍ନୋଲୋଜି ତାହାକୁ ମଧ୍ୟ ଦୂର କରିବ। ଅନ୍ୟପକ୍ଷରେ ଏହି ଟେକ୍ନୋଲୋଜି ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଲର୍ଣ୍ଣିଂ କାପାସିଟି ବୃଦ୍ଧି ପାଇବ ବୋଲି କହିଛନ୍ତି ସମ୍ବଲପୁର ‘ଆଇଆଇଏମ’ର ନିର୍ଦ୍ଦେଶିତ ମହାଦେବ ପ୍ରାସାଦ ଜଏସ୍ଵାଲ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score