Explore

Search

February 16, 2026 12:59 am

ଓସ୍କାର ପାଇଁ ମନୋନୀତ ହେଲା ଫିଲ୍ମ ‘ଲାପତା ଲେଡିଜ’

Laapataa Ladies

ବଲିଉଡରୁ ଆସିଛି ଖୁସି ଖବର। କିରଣ ରାଓଙ୍କ ପ୍ରଯୋଜିତ ଫିଲ୍ମ ‘ଲାପତା ଲେଡିଜ’ କୁ ମିଳିଛି ବଡ ସଫଳତା। ଓସ୍କାର ଆୱାର୍ଡ 2025 ରେ ଏଣ୍ଟ୍ରି କରିଛି ଏହି ଫିଲ୍ମ। ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ବର୍ଗ ପାଇଁ ଏହା ମନୋନୀତ ହୋଇଛି। ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆର ସଦସ୍ୟମାନେ ଏକାଡେମୀ ପୁରସ୍କାରରେ ଭାରତର ଅଫିସିଆଲ୍ ଏଣ୍ଟ୍ରି ନେଇ ଘୋଷଣା କରିଛନ୍ତି। ‘ଲାପତା ଲେଡିଜ’ ଦର୍ଶକଙ୍କ ଠାରୁ ପ୍ରଶଂସା ପାଇବା ସହ ଅନେକ ପୁରସ୍କାର ହାସଲ କରିଛି। ବର୍ତ୍ତମାନ ଏହା ଓସ୍କାର 2025 ରେ ଅଫିସିଆଲ୍ ଏଣ୍ଟ୍ରି କରିଛି ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ମାର୍ଚ୍ଚ ୧ରେ ମୁକ୍ତିଲାଭ କରିଥିଲା ​​ଏବଂ ଦର୍ଶକମାନେ ଏହାକୁ ଖୁବ୍ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ରରେ ନିତାଂଶି ଗୋୟଲ, ପ୍ରତୀଭା ରାଣ୍ଟା, ସ୍ପର୍ଶ ଶ୍ରୀବାସ୍ତବ ଏବଂ ଛାୟା କଦମ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଏକ କମେଡି-ଡ୍ରାମା ଚଳଚ୍ଚିତ୍ର ଯେଉଁଥିରେ ଗ୍ରାମାଞ୍ଚଳର କାହାଣୀ ପ୍ରଦର୍ଶିତ ହୋଇଛି, ଯାହା ଅତ୍ୟନ୍ତ ମଜାଳିଆ ଅଟେ। ନିକଟରେ ଫିଲ୍ମକୁ ନେଇ କିରଣ ରାଓ କହିଥିଲେ ଯେ ଲାପତା ଲେଡିଜ୍ ଓସ୍କାର ଯିବା ତାଙ୍କ ସ୍ୱପ୍ନ ପୁରା ହେବ। ତେବେ ବର୍ତ୍ତମାନ ଫିଲ୍ମ ଓସ୍କାରରେ ଏଣ୍ଟ୍ରି ହୋଇଥିବା ଘୋଷଣା ହୋଇଛି।

ତେବେ ସୂଚନ ଥାଉକି ଅଫିସଆଲ ଏଂଟ୍ରି ପାଇଁ ୨୯ଟି ବଲିଉଡ ସିନେମା ଚୟନ କରାଯାଇଥିଲା । ଲାପତା ଲେଡିଜକୁ ଟକ୍କର ଦେଇଥିଲା ସିନେମା ଅନିମଲ୍। ଏଥିସହ ମାଲାଲିୟମ ସିନେମା ତଥା ଜାତୀୟ ପୁରସ୍କାରପ୍ରାପ୍ତ ‘ଅଟମ’ ମଧ୍ୟ ରେସରେ ରହିଥିଲା। ରିଲିଜ୍ ପୂର୍ବରୁ 2023 ମସିହାରେ ‘ଲାପତା ଲେଡିଜ’ ଟରୋଣ୍ଟୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ (TIFF) ପ୍ରଦର୍ଶିତ ହୋଇଥିଲା। ଫିଲ୍ମ ଦେଖି ଉପସ୍ଥିତ ଦର୍ଶକଙ୍କ ଠାରୁ ଏହା ଷ୍ଟାଣ୍ଡିଂ ଓଭେସନ୍ ପାଇଥିଲା। ରିପୋର୍ଟ ଅନୁସାରେ, 5 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ 21କୋଟିରୁ ଅଧିକ ଆୟ କରିଥିଲା। ଦର୍ଶକଙ୍କୁ ମନୋରଞ୍ଜନ ପ୍ରଦାନ କରିବା ସହ ଢେର ସାରା ପ୍ରଶଂସା ମଧ୍ୟ ସାଉଁଟିଥିଲା ଏହି ଚଳଚିତ୍ର। ତେବେ ବର୍ତମାନ ଆଉ ଏକ ସଫଳତାର ଶୀର୍ଷକୁ ଚଢି ଓସ୍କାର ରେସ ରେ ସାମିଲ ହୋଇଥିବାରୁ ସମସ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score