Explore

Search

May 4, 2026 8:50 pm

କାହାର ହେବ ଜିତ ? ଦିଦି ଆଗୁଆ, ଦାଦା ପଛରେ

କୋଲକାତା : ଗର୍ଜୁଛି ପଶ୍ଚିମବଙ୍ଗର ଭବାନୀପୁର ଆସନ। ଆସନକୁ ନେଇ ରାଜନୈତିକ ଉତ୍ସୁକତା ବଢ଼ିବାରେ ଲାଗିଛି । ଏଠାରେ “ଦିଦି ବନାମ ଦାଦା” ଲଢେଇ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଟକ୍କର ଲାଗିଥିବାରୁ ଏହି ଆସନ ଅଧିକ ଚର୍ଚ୍ଚାରେ ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଏଠାରେ ଟିଏମସି ଆଗୁଆ ରହିଛି।

କ’ଣ କୁହୁଛି ପ୍ରାରମ୍ଭିକ ଟ୍ରେଣ୍ଡ ?

ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି ଏବଂ ଆସ୍ତେଆସ୍ତେ ଫଳାଫଳ ସାମ୍ନାକୁ ଆସୁଛି । ଏପର୍ଯ୍ୟନ୍ତର ଟ୍ରେଣ୍ଡ ଅନୁସାରେ ମମତା ବାନାର୍ଜୀ ଆଗରେ ଅଛନ୍ତି, ଯେଉଁଠାରେ ଶୁଭେନ୍ଦୁ ଅଧିକାରୀ ପଛରେ ଅଛନ୍ତି। ସମଗ୍ର ରାଜ୍ୟରେ ବିଜେପି ଓ ଟିଏମସି ମଧ୍ୟରେ କଡାକଡି ପ୍ରତିଯୋଗିତା ଚାଲିଛି ।

ଏବେ ସାରା ଦେଶର ନଜର ପଶ୍ଚିମବଙ୍ଗ ଉପରେ। ଏହି ନିର୍ବାଚନ ଫଳାଫଳକୁ ନେଇ ସାରା ଦେଶର ଲୋକ ଆଗ୍ରହରେ ଅପେକ୍ଷା କରିଛନ୍ତି। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେଉଛି, ତାପରେ ଇଭିଏମ ଭୋଟ ଗଣାଯାଉଛି। ଏଥର ଏପ୍ରିଲ 23 ଓ 29 ତାରିଖରେ ଦୁଇ ପର୍ଯ୍ୟାୟରେ ଭୋଟ ହୋଇଥିଲା। ଯେଉଁଥିରେ ଭଲ ମତଦାନ ଦେଖିବାକୁ ମିଳିଛି।

ମୋଟ 294 ଆସନରୁ 293ଟିର ଫଳାଫଳ ଘୋଷଣା ହେବ। ଦକ୍ଷିଣ 24 ପରଗଣାର ଫଲଟା ଆସନରେ ମତଦାନ ବାତିଲ୍‌ ହୋଇଥିବାରୁ ସେଠାରେ ପୁନଃ ଭୋଟ ମେ’ 21ରେ ହେବ ଏବଂ ମେ’ 24ରେ ଫଳ ଆସିବ।

ବିଜୟ ଉତ୍ସବ ପାଇଁ ପ୍ରସ୍ତୁତି
ଫଳାଫଳ ପୂର୍ବରୁ ହିଁ ଦୁଇ ଦଳ ବିଜୟ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି। କୋଲକାତାରେ ମିଠା ଦୋକାନରେ ବିଭିନ୍ନ ରଙ୍ଗର ମିଠା ପ୍ରସ୍ତୁତ ହେଲାଣି।କେଉଁଠାରେ “ମୋଦି ଭୋଗ” ତ କେଉଁଠାରେ “ଜୟ ବଙ୍ଗଳା” ନାମରେ ମିଠା ତିଆରି ହେଉଛି। ଏହା ନିର୍ବାଚନ ମାହୋଲକୁ ଆଉ ରୋଚକ କରିଦେଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score