Explore

Search

April 24, 2026 11:14 pm

୧୫୬ଟି ଔଷଧ ଉପରେ ବ୍ୟାନ ଲଗାଇଲେ କେନ୍ଦ୍ର ସରକାର

central govt banned medicines

ସାରା ଦେଶରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା କିଛି ନିର୍ଦ୍ଧିଷ୍ଟ ଔଷଧ ଉପରେ କଟକଣା ଜାରି କରିଛନ୍ତି କେନ୍ଦ୍ର ସରକାର। ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ଏହି ଔଷଧ ଗୁଡିକ ସାଧାରଣତଃ ବ୍ୟବହାର କରାଯାଏ। ଶରୀର ଉପରେ ଏହା କୁପ୍ରଭାବ ଥିବାରୁ ଏହାକୁ ବ୍ୟାନ କରାଯାଇଥିବା ଜଣାପଡିଛି। ଏଥି ମଧ୍ୟରେ ଅନେକ ଆଣ୍ଟିବାୟୋଟିକ, ପେନକିଲର ଓ ମଲ୍ଟିଭିଟାମିନ ରହିଛି ଯାହାକି ମଣିଷ ଶରୀର ଉପରେ କୁପ୍ରଭାବ ପକାଉଥିବାରୁ ଏହି ଔଷଧ ଗୁଡିକ ଉପରେ କଟକଣା ଲଗାଯାଇଛି। ଏହାକୁ କକଟେଲ୍ ଔଷଧ ବୋଲି କୁହା ଯାଇଥାଏ। ଏଥି ନେଇ ବିଜ୍ଞପ୍ତି ଜାରିକରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ତେବେ ସୂଚନା ଥାଉ କି ଏସିକ୍ଲୋଫେନାକ ଓ ପାରସିଟାମଲ କମ୍ବିନେସନ, ମେଫେନାମିକ ଯୁକ୍ତ ପାରାସିଟାମଲ୍ ଇଞ୍ଜେକସନ, ସେଟ୍ରିଜିନ ଏଚସିଏଲ, ପାରାସିଟାମଲ୍ ଓ ଫିନାଇଲେଫ୍ରିନ ଏଚସିଏଲ କମ୍ବିନେସନ, ଲିଭୋସେଟ୍ରିଜିନ୍, ଫିନାଇଲେଫ୍ରିନ ଏଚସିଏଲ ଓ ପାରାସିଟାମଲ୍ କମ୍ବିନେସନ, କାମିଲୋଫିନ ଡିହାଇଡ୍ରୋକ୍ଲୋରାଇଡ୍ ଓ ପାରାସିଟାମଲ କମ୍ବିନେସନ ଭଳି ଅନେକ କମ୍ବିନେସନ ଥିବା ଔଷଧସବୁକୁ ବ୍ୟାନ କରାଯାଇଛି।

ଏହି କମ୍ୱିନେସନଗୁଡିକରେ ଥିବା ଔଷଧଗୁଡିକ ମଣିଷ ଶରୀରକୁ କ୍ଷତି ପହଞ୍ଚାଉଥିବାରୁ ସରକାର ଏହାକୁ ବ୍ୟାନ କରିବାକୁ ନିଷ୍ପତି ନେଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score