Explore

Search

May 26, 2026 7:58 pm

ଯୁଦ୍ଧ ସମୟରେ ଦେଶବାସୀଙ୍କୁ ନିର୍ମଳା ଦେଲେ 3F ପରାମର୍ଶ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ୱର ଅର୍ଥନୀତି ଉପରେ ପ୍ରଭାବ ପଡ଼ୁଛି। ଶକ୍ତି ସଙ୍କଟ ସହ ପେଟ୍ରୋଲ, ଡିଜେଲ, ଅତ୍ୟାବଶ୍ୟକ ସାମଗ୍ରୀ ଓ ସୁନା-ରୂପା ଦର ବୃଦ୍ଧି ପାଉଛି। ଏହି ପରିସ୍ଥିତିରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି, ବାହ୍ୟ ପରିସ୍ଥିତି ଯୋଗୁଁ ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ ଭାରତର ଘରୋଇ ଆର୍ଥିକ ସ୍ଥିତି ସକାରାତ୍ମକ ଓ ସୁଦୃଢ଼ ରହିଛି। ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରେ ଭାରତ ଆଗୁଆ ରହିଛି ବୋଲି ସେ କହିଛନ୍ତି।

ଏହି ଅବସରରେ ଅର୍ଥମନ୍ତ୍ରୀ ଦେଶବାସୀଙ୍କୁ 3F ଉପରେ ଗୁରୁତ୍ୱ ଦେବାକୁ ଅପିଲ କରିଛନ୍ତି।

ମୁମ୍ବାଇରେ ଆୟୋଜିତ Small Industries Development Bank of Indiaର ୩୭ତମ ବାର୍ଷିକୀ ଅବସରରେ ସେ କହିଥିଲେ ଯେ ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଭାରତର ଅର୍ଥନୀତି ମଜବୁତ ରହିଛି। ସେ କହିଥିଲେ, ଦେଶରେ ଅନାବଶ୍ୟକ ଭୟ ଓ ନିରାଶା ସୃଷ୍ଟି କରାଯାଉଛି, କିନ୍ତୁ ଭାରତ ଏହାକୁ ବରଦାସ୍ତ କରିବ ନାହିଁ।

ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଅପିଲକୁ ଉଲ୍ଲେଖ କରି ସେ ଲୋକଙ୍କୁ ଅନାବଶ୍ୟକ ଖର୍ଚ୍ଚ କମାଇବା, ବିଦେଶ ଯାତ୍ରା ଏଡ଼ାଇବା ଏବଂ ସୁନା କ୍ରୟରେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।
ତେବେ ହଟାତ ଅର୍ଥମନ୍ତ୍ରୀଙ୍କର ଦେଶବାସୀଙ୍କୁ ଏମିତି ପରାମର୍ଶ ଦେବା କାରଣ କଣ ଓ କଣ ଏହି 3F ଫର୍ମୁଲା ଏବେ ନଜର ପକାନ୍ତୁ।

3F ହେଉଛି — Fuel (ଇନ୍ଧନ), Fertilizer (ସାର) ଏବଂ Forex (ବିଦେଶୀ ମୁଦ୍ରା)।

ଅର୍ଥମନ୍ତ୍ରୀ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ଇନ୍ଧନ ଓ ସାର ଦର ବଢ଼ୁଛି। ବିଦେଶୀ ମୁଦ୍ରା ସଞ୍ଚୟ ଉପରେ ମଧ୍ୟ ଚାପ ପଡ଼ୁଛି। ତେଣୁ ଦେଶବାସୀଙ୍କୁ ସଚେତନ ହୋଇ ଖର୍ଚ୍ଚ କରିବାକୁ ସେ ଅନୁରୋଧ କରିଛନ୍ତି।

ନିର୍ମଳା ସୀତାରମଣ କହିଛନ୍ତି, ବାହ୍ୟ ପରିସ୍ଥିତି ଯୋଗୁଁ ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ ଭାରତର ଘରୋଇ ଆର୍ଥିକ ସ୍ଥିତି ସକାରାତ୍ମକ ଓ ସୁଦୃଢ଼ ରହିଛି। ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରେ ଭାରତ ଆଗୁଆ ରହିଛି ବୋଲି ସେ କହିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score