Explore

Search

August 6, 2026 10:11 pm

ମନ ଜିଣିଲେ ପରିବହନ ମନ୍ତ୍ରୀ : ଦେଖାଇଲେ ମହାନତା

ଗୋପାଳପୁର : ମନ ଜିଣିଲେ ପରିବହନ ମନ୍ତ୍ରୀ। ଅସହାୟଙ୍କୁ ସାହାଯ୍ୟ କରି ଦେଖାଇଲେ ମହାନତା। ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା। ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଓଲଟି ପଡିଥିଲା।

ଏହି ଘଟଣାରେ ଅଟୋ ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଯାତ୍ରୀମାନେ ଦୁର୍ଘଟଣାରେ ଆହତ ହୋଇ ତଳେ ପଡି ଯାଇଥିଲେ । ସେହି ସମୟରେ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ରାଷ୍ଟ୍ରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସାରି ଫେରୁଥିଲେ । ଦୁର୍ଘଟଣାରେ ଆହତ ହୋଇ ପଡିଥିବା ଲୋକଙ୍କୁ ଦେଖି ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇ ଆହତମାନଙ୍କୁ ଉଦ୍ଧାର କରିଥିଲେ ।

ଏହାସହ ପୋଲିସ ପାଇଲଟିଂ ଗାଡ଼ିରେ ତୁରନ୍ତ ଆହତଙ୍କୁ ଏମକେସିଜି ହସ୍ପିଟାଲ ପଠାଇବା ବନ୍ଦୋବସ୍ତ କରି କରିଥିଲେ। ପରେ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମନ୍ତ୍ରୀ ଏମକେସିଜି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ରାଜ୍ୟ ପରିବହ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନାଙ୍କ ଏହି ମହାନତା ଦେଖି ସମସ୍ତେ ପ୍ରଶଂସା କରିବାସହ ଆହତ ବ୍ୟକ୍ତିଙ୍କ ପରିବାର ଲୋକେ ଧନ୍ୟବାଦ ଜଣେଇଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score