Explore

Search

July 14, 2026 6:05 am

ପୁରୀ ରଥଯାତ୍ରାରେ ଗୁଞ୍ଜିବ ଦିବ୍ୟାଙ୍ଗ କଳାକାରଙ୍କ ଜଗନ୍ନାଥ ଭଜନ

ବ୍ରହ୍ମପୁର : ଭକ୍ତଙ୍କ ଭାବର ଠାକୁର ମହାପ୍ରଭୁ ଜଗନ୍ନାଥଙ୍କ ଭଜନରେ ମୁଖରିତ ହୋଇ ଉଠିଛି ପରିବେଶ। କେହି ସୁମଧୁର କଣ୍ଠରେ ଜଗନ୍ନାଥ ଭଜନ ଗାଉଥିବା ବେଳେ ଆଉ କେହି ତବଲା, କ୍ୟାସିଓ, ପ୍ୟାଡ୍ ସହ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇ ଭକ୍ତିମୟ ମାହୋଲ ସୃଷ୍ଟି କରୁଛନ୍ତି । ଏ ଦୃଶ୍ୟ ହେଉଛି ‘ଶ୍ରୀ ଜଗନ୍ନାଥ ଦିବ୍ୟାଙ୍ଗ ଭଜନ ସମାରୋହ’ର। ରଥଯାତ୍ରା ଅବସରରେ ମହାପ୍ରଭୁଙ୍କ ସମ୍ମୁଖରେ ଭଜନ ପରିବେଷଣ କରିବା ପାଇଁ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଓ ସଦସ୍ୟମାନେ ଜୋରଦାର ଅଭ୍ୟାସ କରୁଛନ୍ତି।

ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଉ ଅଳ୍ପ ଦିନ ବାକି ଥିବାରୁ ବ୍ରହ୍ମପୁର ଅନ୍ଧପସରା ରୋଡ଼ରେ ଥିବା ଦୃଷ୍ଟିବାଧିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିୟମିତ ଅଭ୍ୟାସରେ ବ୍ୟସ୍ତ ଅଛନ୍ତି। ଚଳିତବର୍ଷ ସେମାନେ ପୁରୀରେ ୧୦ ଦିନ ରହି ଭଜନ ଓ ଜଗନ୍ନାଥ ସ୍ତୋତ୍ର ମାଧ୍ୟମରେ ମହାପ୍ରଭୁଙ୍କ ସଂସ୍କୃତିର ପ୍ରଚାର କରିବେ। ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ନିମନ୍ତ୍ରଣ ମିଳିଛି ।

ଏହି ଦିବ୍ୟାଙ୍ଗ କଳାକାରମାନଙ୍କ ମଧ୍ୟରୁ ଅନେକେ ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି। ସେମାନେ ଚକ୍ଷୁରେ ମହାପ୍ରଭୁଙ୍କୁ ଦେଖିପାରୁ ନଥିଲେ ମଧ୍ୟ ଭଜନ ଓ ଭକ୍ତି ମାଧ୍ୟମରେ ତାଙ୍କୁ ଅନୁଭବ କରନ୍ତି। ‘ଶ୍ରୀମନ୍ଦିରରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ’, ‘ନୀଳ ସିନ୍ଧୁ ତୀରେ’ ଓ ‘ଝୁଲରେ କାଳିଆ ଝୁଲ’ ଭଳି ଅନେକ ଲୋକପ୍ରିୟ ଭଜନ ପାଇଁ ସେମାନେ ପ୍ରସ୍ତୁତି ଚଳାଇଛନ୍ତି।

ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ଚଳିତ ରଥଯାତ୍ରାରେ ରାଜ୍ୟର ପ୍ରାୟ ୩୦ ଜଣ ଦୃଷ୍ଟିବାଧିତ କଳାକାର ଭଜନ ପରିବେଷଣ କରିବେ। ଏନେଇ ପୁରୀ ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ସହଯୋଗରେ ସେମାନଙ୍କ ରହିବା ଓ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ଜୁଲାଇ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ବଳଗଣ୍ଡି ଛକରେ ଏବଂ ଜୁଲାଇ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସୁନାବେଶରୁ ନୀଳାଦ୍ରିବିଜେ ଅବସରରେ ମାଉସୀ ମା’ ମନ୍ଦିର ଛକରେ ସେମାନେ ଭଜନ ପରିବେଷଣ କରିବେ। ଏହାକୁ ନେଇ କଳାକାରମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score