Explore

Search

May 24, 2026 12:07 am

ପାରାଦ୍ୱୀପ ବନ୍ଦରରେ ଅଘଟଣ : ପେଟ୍ରୋଲ ଖାଲି କରାଯାଉଥିବା ବେଳେ ଫାଟିଲା ପାଇପ ଲାଇନ୍

ପାରାଦ୍ୱୀପ : ପାରାଦ୍ୱୀପ ବନ୍ଦରରେ ଏକ ତୈଳବାହୀ ଜାହାଜରୁ ପେଟ୍ରୋଲ ଖାଲି କରାଯାଉଥିବା ବେଳେ ପାଇପ ଲାଇନ୍ ଫାଟିଯିବା ଘଟଣା ଚଞ୍ଚଳତା ସୃଷ୍ଟି କରିଛି । ଅଧିକ ଚାପ ସୃଷ୍ଟି ହେବାରୁ ପାରାଦ୍ୱୀପ ବନ୍ଦରରୁ Indian Oil Corporation Limited କୁ ସଂଯୋଗ କରୁଥିବା ପାଇପ ଲାଇନ୍ ହଠାତ୍ ଫାଟିଯାଇଥିଲା ।

ଏହାଫଳରେ ହଜାର ହଜାର ଲିଟର ପେଟ୍ରୋଲ ବାହାରକୁ ବୋହିଯାଇଥିବା ସୂଚନା ମିଳିଛି । ଘଟଣା ପରେ ନିଆଁ ଲାଗିବା ଆଶଙ୍କାରେ ସମଗ୍ର ବନ୍ଦର ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି । ନିଷିଦ୍ଧ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ମୁତୟନ ରହିଛନ୍ତି ।

ଖବର ପାଇବା ସହିତ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ଯୁଦ୍ଧକାଳୀନ ଭିତ୍ତିରେ ପାଇପ ଲାଇନ୍ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି । ତେଲ ନିର୍ଗମନକୁ ନିୟନ୍ତ୍ରଣ କରିବା ସହ କୌଣସି ଅଘଟଣ ନଘଟିବା ପାଇଁ ଚାରିପାଖ ଅଞ୍ଚଳକୁ ଘେରାବନ୍ଦି କରାଯାଇଛି ।

ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ପାଇପ ଲାଇନ୍ ମରାମତି କାର୍ଯ୍ୟ ଶେଷ ହେବା ପରେ ପୁନର୍ବାର ପେଟ୍ରୋଲ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରାଯିବ । ପାଇପ ଫାଟିବା ଯୋଗୁଁ ବ୍ୟାପକ ପରିମାଣର ତେଲ ନଷ୍ଟ ହୋଇଥିବା ମଧ୍ୟ ସୂଚନା ମିଳିଛି ।

ଏପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ Indian Oil Corporation Limited ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score