Explore

Search

May 8, 2026 7:59 pm

ପଶ୍ଚିମବଙ୍ଗରେ ରିଲିଜ୍ ହେବ ‘ଦ ବେଙ୍ଗଲ ଫାଇଲ୍ସ’ : ଭାବପ୍ରବଣ ହେଲେ ଅଭିନେତା

ହାଇଦ୍ରାବାଦ : ଦୀର୍ଘଦିନର ବିବାଦ ଓ ରାଜନୈତିକ ଚର୍ଚ୍ଚା ପରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଚର୍ଚ୍ଚିତ ଫିଲ୍ମ ‘ଦ ବେଙ୍ଗଲ ଫାଇଲ୍ସ’ ଅବଶେଷରେ ପଶ୍ଚିମବଙ୍ଗର ସିନେମା ହଲରେ ପ୍ରଦର୍ଶିତ ହେବାକୁ ଯାଉଛି। ଗତବର୍ଷ ଦେଶର ବିଭିନ୍ନ ଅଞ୍ଚଳରେ ମୁକ୍ତିଲାଭ କରିଥିବା ସତ୍ତ୍ୱେ, ପଶ୍ଚିମବଙ୍ଗରେ ଫିଲ୍ମଟି ଦେଖାଯାଇନଥିଲା। ଏବେ ରାଜ୍ୟର ଦର୍ଶକମାନେ ମଧ୍ୟ ଏହାକୁ ବଡ଼ ପର୍ଦ୍ଦାରେ ଦେଖିପାରିବେ।

ଫିଲ୍ମରେ ‘ଗୋପାଳ ପାଠ’ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ସୌରଭ ଦାସ ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି, ନିଜ ରାଜ୍ୟର ଲୋକମାନେ ତାଙ୍କ ଅଭିନୟ ଦେଖିବାର ସୁଯୋଗ ପାଇନଥିବାରୁ ତାଙ୍କ ମନରେ ଏକ ଅସମ୍ପୂର୍ଣ୍ଣତା ରହିଥିଲା । ଏବେ ସେହି ଅପେକ୍ଷାର ଅନ୍ତ ହେବାକୁ ଯାଉଛି ।

ସୌରଭ କହିଛନ୍ତି, “ଦେଶର ବିଭିନ୍ନ ଅଞ୍ଚଳର ଦର୍ଶକମାନେ ମୋର କାମ ଦେଖିଛନ୍ତି, କିନ୍ତୁ ନିଜ ସହରର ଲୋକମାନେ ଦେଖିପାରିନଥିଲେ। ଏବେ ମୋର ପରିବାର ଓ ବନ୍ଧୁମାନେ କୋଲକାତାରେ ଏହି ଫିଲ୍ମ ଦେଖିପାରିବେ । ଯାହା ମୋ ପାଇଁ ବହୁତ ଭାବପ୍ରବଣ ମୁହୂର୍ତ୍ତ।”

ସେ ଆହୁରି କହିଛନ୍ତି ଯେ, ଧାରାବାହିକ ଓ ଅନ୍ୟାନ୍ୟ କାର୍ଯ୍ୟରେ ଦର୍ଶକଙ୍କ ଭଲପାଇବା ପାଇଥିବାରୁ ଏହି ଫିଲ୍ମରେ ତାଙ୍କ ଅଭିନୟକୁ ମଧ୍ୟ ଲୋକେ ପସନ୍ଦ କରିବେ ବୋଲି ସେ ଆଶା କରୁଛନ୍ତି।

ଫିଲ୍ମ ମୁକ୍ତି ପରେ ଅଭିନେତା ଅନୁପମ ଖେରଙ୍କ ପକ୍ଷରୁ ମିଳିଥିବା ପ୍ରଶଂସା ନେଇ ମଧ୍ୟ ସୌରଭ ଦାସ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସିନେମା ହଲରେ ଫିଲ୍ମ ଦେଖିବା ପରେ ଅନୁପମ ଖେର ନିଜେ ଫୋନ୍ କରି ତାଙ୍କ ଅଭିନୟର ପ୍ରଶଂସା କରିଥିଲେ।

‘ଦ ବେଙ୍ଗଲ ଫାଇଲ୍ସ’ରେ ମିଥୁନ୍ ଚକ୍ରବର୍ତ୍ତୀ, ଅନୁପମ ଖେର, ପଲ୍ଲବୀ ଜୋଶୀ, ପ୍ରିୟାଂଶୁ ଚାଟାର୍ଜୀ, ମୋହନ କପୁର ଓ ଅନ୍ୟାନ୍ୟ ଅଭିନେତା ଅଭିନୟ କରିଛନ୍ତି। ଫିଲ୍ମଟି ମୁକ୍ତି ପୂର୍ବରୁ ହିଁ ରାଜନୈତିକ ଓ ସାମାଜିକ ମଞ୍ଚରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପାରିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score